ବ୍ରହ୍ମପୁର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭରୁ କେତେକ ସ୍ଥାନରେ ଇଭିଏମ ସମସ୍ୟା ଉପୁଜିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ସମସ୍ୟା ସାମ୍ନାକୁ ଆସିଥିବା ବେଳେ ଭୋଟରଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଚଳିତ ନିର୍ବାଚନରେ ପ୍ରଥମ କରି ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଛି। ଏସମ୍ପର୍କରେ ମତାମତ ଜାଣିବାକୁ ଧରାପୁଟ ପୋଲିଂ ବୁଥ ନିକଟରେ କିଛି ନୂତନ ଭୋଟରଙ୍କୁ ଭେଟିଥିଲେ ‘ଇଟିଭି ଭାରତ’ ପ୍ରତିନିଧି ।
ଇଭିଏମ ଗଡବଡ, ନାଖୁସ୍ ନୂତନ ଭୋଟର - voting
ଇଭିଏମ ତ୍ରୁଟିକୁ ନେଇ ଅସନ୍ତୋଷ ନୂତନ ଭୋଟର। ପ୍ରଥମ କରି ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ଏହି ସମସ୍ୟାର ସାମ୍ନା କରିାବକୁ ପଡିଛି। ଯାହାର ମତାମତ ଜାଣିବାକୁ ଧରାପୁଟ ପୋଲିଂ ବୁଥ ନିକଟରେ କିଛି ନୂତନ ଭୋଟରଙ୍କୁ ଭେଟିଥିଲେ ‘ଇଟିଭି ଭାରତ’ ପ୍ରତିନିଧି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ପ୍ରଥମ କରି ଭୋଟ ଦେବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛୁ । ଯିଏ ଆମ ଅଞ୍ଚଳ ପାଇଁ କାମ କରିବ, ସେଭଳି ପ୍ରାର୍ଥୀକୁ ଆମେ ଭୋଟ ଦେବୁ ବୋଲି କହିଛନ୍ତି କିଛି ନୂତନ ଭୋଟର । ଇଭିଏମ ସମସ୍ୟାକୁ ନେଇ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ