ଓଡିଶା

odisha

ETV Bharat / briefs

ଫନିକୁ ନେଇ ସରକାରଙ୍କୁ ଘେରିଲେ ମାଓବାଦୀ ! - FANI

ଜନତାଙ୍କ ପାଇଁ ଲୁହ ଝରାଇଲା ଲାଲବାହୀନି । ଫନି ପାଇଁ କେବଳ ସରକାର ହିଁ ଦାୟୀ ବୋଲି ଅଭିଯୋଗ କଲେ ସିପିଆଇ ମାଓବାଦୀ ଓଡିଶା ଶାଖା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : May 18, 2019, 11:15 PM IST

ରାୟଗଡା: ସେମାନେ ରକ୍ତର ହୋଲି ଖେଳନ୍ତି । ଗଣତନ୍ତ୍ରକୁ ବିରୋଧ କରନ୍ତି । ବିକାଶକୁ ବାଧା ଦିଅନ୍ତି । ଆଉ ସାଧାରଣ ଲୋକଙ୍କ ରକ୍ଷକ ବୋଲି ନିଜକୁ ଦାବି କରନ୍ତି, ହେଲେ ସାମୁଦ୍ରିକ ଝଡ ଫନି ପାଇଁ ସେମାନଙ୍କ ଆଖିରୁ ଝରିଛି ଲୁହ । ଆଉ ଫନିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସମବେଦନା ଜଣାଇବା ସହ ସ୍ଥିତି ସ୍ବାଭାବିକ ପାଇଁ ମଧ୍ୟ କାମନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଜି ମାଓବାଦୀ ଓଡ଼ିଶା କମିଟି ପକ୍ଷରୁ ଜାରି କରାଯାଇଛି ଏମିତି ଚାରି ପୃଷ୍ଠାର ଲେଖା । ଯେଉଁଥିରେ ସିଧାସଳଖ ଫନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇଛି । ଡାକ ମାଧ୍ୟମରେ ଆସିଥିବା ୪ ପୃଷ୍ଠାର ଏହି ଚିଠିରେ ଓଡ଼ିଶା ରାଜ୍ୟ କମିଟି ପ୍ରବକ୍ତା ଚକରା ବିଶୋଇର ଦସ୍ତଖତ ରହିଛି । ଚିଠିରେ ମାଓବାଦୀ ଫନିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସମବେଦନା ପ୍ରକାଶ କରିବା ସହ ଫନି ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସରକାର ଶିଳ୍ପାୟନ ନାରେ ବ୍ୟାପକ ପରିବେଶ ନଷ୍ଟ କରିବା ସହ ବିଶ୍ବ ଜଳବାୟୁ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯଦ୍ବାରା ପରିବେଶ ସନ୍ତୁଳନ ହରାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ବୋଲି ମାଓବାଦୀ କହିଛନ୍ତି ।

ଯେତେବେଳେ ଏଭଳି ଘଟଣା ମାନ ଘଟୁଛି ସରକାର ପ୍ରାକୃତିକ ବିପର୍ଯ୍ୟୟର ଆଖ୍ୟା ଦେଇ ଲୋକଙ୍କୁ ଶୋଷଣ କରୁଛି ବୋଲି ମାଓବାଦୀ ଚିଠିରେ ଉଲ୍ଲେଖ କରିଛନ୍ତି । ମାଓବାଦୀ କହିଛନ୍ତି ଜଙ୍ଗଲ କ୍ଷୟ ପ୍ରାକୃତିକ ସମ୍ପଦ ନଷ୍ଟ, ପରିବେଷ ବିନାଶକାରୀ ପ୍ରକଳ୍ପ ନୀତି, ଜାତୀୟ ସୁରକ୍ଷା ନାମରେ ପ୍ରତିଦିନ ଯୁଦ୍ଧାସ୍ତ୍ର ପରୀକ୍ଷଣ ସହ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବା ଯୋଗୁଁ ଏହି ପରି ବିପତ୍ତି ଘଟୁଛି ବୋଲି ମାଓବାଦୀ କହିଛନ୍ତି । ତେଣୁ ସରକାରଙ୍କ ସମସ୍ତ ଶିଳ୍ପାୟନ ନୀତିକୁ ବିରୋଧ କରିବା ସହ ଲୋକଙ୍କୁ ଶୋଷଣ ନକରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details