ଓଡିଶା

odisha

ETV Bharat / briefs

27ରେ ରାଉରକେଲା ଆସିବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ

ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ୍ ରାଉରକେଲା ଗସ୍ତରେ ଆସି ବିଭିନ୍ନ ମାମଲାର ତଦନ୍ତ କରିବେ । ଏହି ଟିମ୍ ଜୁନ 27ରେ ଆସି 29ରେ ଫେରିଯିବାର ସୂଚନା ରହିଛି ।

By

Published : Jun 20, 2019, 2:53 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ତିନି ଦିନିଆ ରାଉରକେଲା ଗସ୍ତରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ୍ । ଏହି ଟିମ୍ ଜୁନ 27ରେ ଆସି 29ରେ ଫେରିଯିବେ । ଗସ୍ତ ସମୟରେ ଟିମ ଆଦିବାସୀଙ୍କ ସାରନା ପୂଜାସ୍ଥଳକୁ ଜମି ପ୍ରଦାନ ନେଇ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହ ନକଲି କାଗଜପତ୍ର ଜରିଆରେ ଚାକିରୀ ପ୍ରଦାନ ଘଟଣାର ତଦନ୍ତ କରିବେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ଏଥିସହିତ ହାଥିଦର୍ଶା ଗାଁର ରିକଲମେସନ ସେଣ୍ଟର ପରିଦର୍ଶନ କରିବା ସହିତ ଚାଷୀକୁ ପ୍ରଦାନ କରାଯାଇଥିବା ଚାଷ ଜମିର ମଧ୍ୟ ତଦନ୍ତ କରିବେ । ତେବେ ଏହି ଟିମ୍ ରାଜସ୍ବ ବିଭାଗର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ତଥା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା ହେବେ । ଉକ୍ତ ଟିମରେ ଆୟୋଗର ଭାଇସ ଚେୟାରମ୍ୟାନ ଅନୁସୂୟା ଉଇକେ, ସଭ୍ୟ ଏଚକେ ଦାମୋର, ଅତିରିକ୍ତ ସଚିବ ଆର କେ. ଦୁବେ, ଲିଗଲ ଆଡ଼ଭାଇଜର ବିକାଶ କୁମାର ଶର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ ରହିବେ ।

ସୂଚନାନୁସାରେ, ବିସ୍ଥାପିତ କୋଟାରେ ଚାକିରୀ ପାଇଥିବା ଶତାଧିକ ଲୋକ ଆୟୋଗକୁ ଏକ ପିଟିସନ ବିସ୍ଥାପିତ ସଂଗଠନ ସଭାପତି ଲାଛୁ ଓରାମ ବିରୋଧରେ ଦେଇଥିଲେ । ଏହାପରେ ଆୟୋଗ ତଦନ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ମାତ୍ର ଆୟୋଗ ଦୀର୍ଘ ସମୟ ଧରି ରାଉରକେଲା ଇସ୍ପାତ କାରଖାନାରୁ ବିସ୍ଥାପିତ ଲୋକଙ୍କ ଚାକିରୀ, ଘର ତଥା ଜମି ପ୍ରଦାନକୁ ନେଇ ତଦନ୍ତ କରିବା ସହ ବିଭିନ୍ନ ନିର୍ଦ୍ଦେଶ ଜାରି କରିଥିଲା । କିନ୍ତୁ ଏଯାବତ୍ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details