ଓଡିଶା

odisha

ETV Bharat / briefs

ଜଗନ୍ନାଥଙ୍କ ଦର୍ଶନ ପାଇଁ ନାଗାବାବାଙ୍କ ଦଣ୍ଡ ଯାତ୍ରା - jagannath

ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ଣ୍ଣ ସାଂସାରିକ ଜୀବନ ପ୍ରତି ବିମୁଖ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ନେପାଳର ଜନକପୁରରୁ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି ବିହାରର ରଘୁବୀର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 21, 2019, 10:18 AM IST

ଭୁବନେଶ୍ବର: ନିଜର ମନସ୍କାମନା ପୂରଣ ହେଉ କିମ୍ବା ନିଜ ସାଧନାରେ ସିଦ୍ଧି ଲାଭ କରିବା ପାଇଁ କିଏ ଭକ୍ତି ମାର୍ଗ ଆଚରଣ କରିଥାଏ ତ କିଏ ନିଜକୁ କଷ୍ଟ ଦେଇ କ୍ଳିଷ୍ଟ ମାର୍ଗ ଗ୍ରହଣ କରିଥାନ୍ତି। ତେବେ ଇଏ ଏପରି ଏକ ଯୁବକ ଯିଏ ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ଣ୍ଣ ସାଂସାରିକ ଜୀବନ ପ୍ରତି ବିମୁଖ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏପରି କ୍ଳିଷ୍ଟ ସାଧନା କରିବା ବହୁତ କମ ଦେଖାଯାଏ। ଯିଏକି ନେପାଳର ଜନକପୁର ଠାରୁ ଦଣ୍ଡ ମାରିମାରି ଜଗନ୍ନାଥଧାମ ପୁରୀ ଅଭିମୁଖେ ଯାତ୍ରା କରିବା ଅବସରରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୀର୍ଘ ସାଢ଼େ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଯାତ୍ରାରେ ବାହାରିଛନ୍ତି ବିହାର ରାଜ୍ୟର ରଘୁବୀର। ଏହା ପୂର୍ବରୁ ସେ ଦିଲ୍ଲୀରେ ବସ ଚାଳକ ଭାବେ କାମ କରୁଥିଲେ । ତେବେ ଭଗବାନଙ୍କ ପ୍ରତି ଆସକ୍ତି ଆସିବାରୁ ସେ ସବୁକୁ ଛାଡି ସନ୍ୟାସ ବ୍ରତ ଗ୍ରହଣ କରି ନାଗା ସନ୍ୟାସୀ ହୋଇଛନ୍ତି। ଅନ୍ୟମାନଙ୍କ ଭଳି ସେ ନିଜ ଜୀବନକୁ ଉପଭୋଗ କରିବା ସହିତ ମହାପ୍ରଭୁ ଜଗନ୍ନାଥ ଓ ଶିବ ଶମ୍ଭୁ ଭୋଳେନାଥଙ୍କ ଦର୍ଶନ ପାଇଁ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଯାହାକି ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ତାମିଲନାଡୁର ରାମେଶ୍ଵରମଠାରେ ଶେଷ ହେବ ବୋଲି କହିଛନ୍ତି।

ଯେଉଁଥିରେ ମାନସିକଧାରୀ ରଘୁବୀର ଆନନ୍ଦ ଲାଭ କରିବା ସହିତ ଭଗବାନ ତାଙ୍କୁ ତାଙ୍କ ନିକଟକୁ ନେଇ ଯିବାକୁ ଗୁହାରି କରିଛନ୍ତି। ବିନା କୌଣସି ସହାୟକ ସାହାଯ୍ୟ ନେଇ ନିଜର ଯାତ୍ରା ଆରମ୍ଭ କରିଥିବା ରଘୁବୀର ବାଟରେ ଦାତାଙ୍କ ଦ୍ୱାରା ଯାଚିତ ଖାଦ୍ୟ ଖାଇ ଜୀବନ କାଟୁଥିବା ବେଳେ ବାଟରେ ବିଭିନ୍ନ ମଠର ସନ୍ୟାସୀମାନେ ତାଙ୍କ ଯାତ୍ରା ସମୟରେ ସହାୟତା ପ୍ରଦାନ କରୁଥିବା କହିଛନ୍ତି ଯାଜପୁରର ଦୟା ରାମ ଦାସ।

ଦିନକୁ 3ରୁ 4 କିଲୋମିଟର ଦଣ୍ଡ ମାରି ମାରି ଯାଉଥିବା ବେଳେ ଯେଉଁଠି ସଞ୍ଜ ହୋଇଯାଏ ସେଠାରେ ରାତ୍ରି ଯାପନ କରୁଛନ୍ତି । ତେବେ ଆସନ୍ତା ରଥଯାତ୍ରା ସମୟ ସୁଦ୍ଧା ସେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଇଚ୍ଛା ରଖିଥିବାବେଳେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେଇ ତାଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ଏହା ହିଁ କାମନା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details