ଓଡିଶା

odisha

ETV Bharat / briefs

ନବରଙ୍ଗପୁରରୁ ନୂଆ 322 ପଜିଟିଭ, ସପ୍ତାହେ ମଧ୍ୟରେ 3 ହଜାର - covid positive cases

ଜିଲ୍ଲାରେ ଗୋଟିଏ ସପ୍ତାହ ମଧ୍ୟରେ 2,813 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

Covid-19 positive
Covid-19 positive

By

Published : May 24, 2021, 3:12 PM IST

ନବରଙ୍ଗପୁର: ଜିଲ୍ଲାରେ 18 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର 322 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉଦବେଗର ବିଷୟ ହୋଇଛି। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି l

କୋଭିଡ ପଜିଟିଭ

ଜିଲ୍ଲାରେ ଗୋଟିଏ ସପ୍ତାହ ମଧ୍ୟରେ 2,813 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହି ଗ୍ରାଫ୍‍ ସୂଚାଉଛି କି ନବରଙ୍ଗପୁର ଜିଲ୍ଲାରେ କୋରୋନା ମହାମାରୀ କିଭଳି କାୟା ବିସ୍ତାର କରୁଛି। ଗତ ଏକ ସପ୍ତାହ ହେଲା ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା କମୁନଥିବା ଅନ୍ୟତମ ଚିନ୍ତାର କାରଣ ହୋଇଛି। ଜିଲ୍ଲାରେ ଆଜକୁ ସମୁଦାୟ 2 ଲକ୍ଷ 71 ହଜାର 245 ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସମୁଦାୟ 18 ହଜାର 150 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ସେଥିମଧ୍ୟରୁ 14 ହଜାର 679 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ସମୁଦାୟ 3 ହଜାର 337 ଜଣ ସକ୍ରିୟ ସଂକ୍ରମିତଙ୍କ ମାମଲା ଥିବାବେଳେ ସେଥିମଧ୍ୟରୁ 3 ହଜାର 63 ଜଣ ନିଜ ଘରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି l ଆଜିର 322 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 67 ଜଣ, ଝରିଗାଁ ବ୍ଲକରୁ 47 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 44 ଜଣ, ନନ୍ଦାହାଣ୍ଡି ବ୍ଲକରୁ 34 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 25 ଜଣ ଉମରକୋଟ ପୌରାଞ୍ଚଳରୁ 24 ଜଣ, କୋଷାଗୁମୁଡା ବ୍ଲକରୁ 23 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 21 ଜଣ, ପାପଡାହାଣ୍ଡି ବ୍ଲକରୁ 15 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 11 ଜଣ, ନବରଙ୍ଗପୁର ବ୍ଲକରୁ 6 ଜଣ ଏବଂ ଡାବୁଗାଁ ବ୍ଲକରୁ 5 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details