ଖୋର୍ଦ୍ଧା: ଦୀର୍ଘଦିନର ଲୁଚକାଳି ପରେ ଶୁକ୍ରବାର ଓଡିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଆଗାମୀ 24 ଘଣ୍ଟା ମଧ୍ୟରେ ଭିଜିବ ଆଭ୍ୟନ୍ତରୀଣ ଓଡିଶା - 24 hours
ଓଡିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଏଥିସହିତ ଆଗାମୀ କିଛି ଦିନ ସାରା ରାଜ୍ୟରେ ବର୍ଷାର ମାତ୍ରା କମ ରହିଲେ ମଧ୍ୟ ପାଗ କୋହଲା ରହିବ । ଅପରପକ୍ଷେ ରବିବାର ତାଳଚେର ଓ ସୋନପୁର ଜିଲ୍ଲାରେ ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ରେକର୍ଡ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ