ଓଡିଶା

odisha

ETV Bharat / briefs

ବିଶ୍ବକପ: ହ୍ୟାଟ୍ରିକ ଓ୍ବିକେଟ ନେଇ ଇତିହାସ ରଚିଲେ ସାମି

2ୟ ଭାରତୀୟ ବୋଲର ଭାବେ ବିଶ୍ବକପ୍‌ରେ ହ୍ୟାଟ୍ରିକ ଓ୍ବିକେଟ ନେଲେ ମହମ୍ମଦ ସାମି । ଆଫଗାନ୍‌ ବିପକ୍ଷରେ ଅନ୍ତିମ ଓଭରରେ ବୋଲିଂ କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Jun 23, 2019, 10:49 AM IST

Updated : Jun 23, 2019, 11:42 AM IST

ସାଉଥମ୍ପଟନ: ଗତ ଶନିବାର ଦିନ ଆଫଗାନ୍‌ ବିପକ୍ଷରେ ଭାରତ ରୋମାଞ୍ଚକ ବିଜୟ ହାସଲ କରିଛି । ଏଥିସହ ପେସ ବୋଲର ମହମ୍ମଦ ସାମି ଏହି ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି । ଏହି ମ୍ୟାଚ୍‌ରେ ଅନ୍ତିମ ଓଭରରେ କ୍ରମାଗତ 3ଟି ବଲ୍‌ରେ ସାମି ହ୍ୟାଟ୍ରିକ ଓ୍ବିକେଟ ନେଇ ବିଶ୍ବକପ୍‌ ଇତିହାସରେ ଇତିହାସ ସୃଷ୍ଟି କରିଛନ୍ତି । ଚଳିତ କ୍ରିକେଟ ମହାକୁମ୍ଭରେ ଏହା ପ୍ରଥମ ହ୍ୟାଟ୍ରିକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ଏହାସହ 2ୟ ଭାରତୀୟ ବୋଲର ଭାବେ ବିଶ୍ବକପ୍‌ରେ ଏହି ରେକର୍ଡ ନିଜ ନାଁ କରିଛନ୍ତି ମହମ୍ମଦ ସାମି ।

ସୂଚନାଥାଉକି, ଗତକାଲି ଅନ୍ତିମ ଓଭରରେ ବୋଲିଂ କରିଥିଲେ ସାମି । ଉକ୍ତ ଓଭରରେ 3ୟ ବଲ୍‌ରେ ମହମ୍ମଦ ସାମି, 4ର୍ଥ ବଲ୍‌ରେ ଆଫତାବ ଆଲମ ଓ 5ମ ବଲ୍‌ରେ ମୁଜିବ ଉର ରେହମାନଙ୍କ ଓ୍ବିକେଟ ନେଇ ସାମି ନିଜର ଏକଦିବସୀୟ କ୍ୟାରିଅରରେ ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ହାସଲ କରିଛନ୍ତି ।

ଏହାପୂର୍ବରୁ 1987 ମସିହାରେ ପ୍ରଥମ ଭାରତୀୟ ବୋଲର ଭାବେ ଚେତନ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିଲେ ।

ସୂଚନାମୁତାବକ, ହ୍ୟାଟ୍ରିକ ଓ୍ବିକେଟ ନେବାର ରେକର୍ଡ଼ ବିଶ୍ବକପ ଇତିହାସରେ 9 ଜଣ ବୋଲରଙ୍କ ନାମରେ ରହିଛି । ମାତ୍ର ଏହି ହ୍ୟାଟ୍ରିକ ଓ୍ବିକେଟ ଅକ୍ତିଆର କରିବା ଘଟଣା ଇତିହାସରେ 10ଥର ଘଟିଛି । ତେବେ ସବୁଠାରୁ ରୋଚକ ତଥ୍ୟ ହେଉଛି ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ଦୁଇ ଥର ଏହି ରେକର୍ଡର ଭାଗୀଦାରି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 23, 2019, 11:42 AM IST

ABOUT THE AUTHOR

...view details