ଓଡିଶା

odisha

ETV Bharat / briefs

ଆଦର୍ଶ ପୋଖରୀ ନୋହିଲା; ଅଧାରେ ରହିଲା ପୋଖରୀ ଖୋଳା

ପୋଖରୀ ଖୋଳା ପାଇଁ ଟଙ୍କା ଆସିଲା, ପୋଖରୀ ଖୋଲାହେଲା ହେଲେ ପୋଖରୀ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଦଶ ଲକ୍ଷ ଟଙ୍କାର ପୋଖରୀର ଭାଗ୍ୟ ଏବେ ବିବାଦରେ ।

By

Published : Jun 26, 2019, 11:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଗାଁର ଉନ୍ନତି ହେବ ପାଣି ସମସ୍ୟା କମିଯିବ । ଖାସ ଏଥିପାଇଁ ସରକାର ଆଦର୍ଶ ପୋଖରୀ ଯୋଜନା କରିଛନ୍ତି । ଆଉ ଯୋଜନା ମାଧ୍ୟରେ ଟଙ୍କା ମଧ୍ୟ ଆସିଛି ତେବେ ଏବେ ପୋଖରୀ ଖୋଳାକୁ ନେଇ ଦେଖାଦେଇଛି ବିବାଦ । ଗ୍ରାସବାସୀ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରୁଥିବା ବେଳେ ସରପଞ୍ଚ କହିଛନ୍ତି କିଛି ଅସାଧୁ ବ୍ୟକ୍ତି ପୋଖରୀ ହେଉ ବୋଲି ଚାହୁଁନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ ଆୟବା ପଞ୍ଚାୟତ ନରଣପୁର ଗାଁରେ । ଗାଁରେ ଆଦର୍ଶ ପୋଖରୀ ପାଇଁ ସରକାର 10ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଆଦର୍ଶ ପୋଖରୀ ପାଇଁ ୧.୫ଏକର ଜମି ଦରକାର । ତେବେ ସରପଞ୍ଚ ଏକ ପୁରୁଣା ପୋଖରୀକୁ ପୁନଃରୁଦ୍ଧାର କରି ଟଙ୍କା ହଡପ କରିବାକୁ ଯୋଜନା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।


ଏହାସହ ଯେଉଁ ପୋଖରୀକୁ ପୁନଃରୁଦ୍ଧାର କରାଯାଉଛି ସେହି ପୋଖରୀ ୧ ଏକର ପରିମିତରେ ଅଛି ଯାହା ସରକାରଙ୍କ ନିୟମର ଖୋଲା ଉଲ୍ଲଘଂନ ମଧ୍ୟ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ, କାରଣ ଆଦର୍ଶ ପୋଖରୀ ପାଇଁ 1.5 ଏକର ଜମି ଦରକାର ।

ଅନ୍ୟପଟେ ଏହି ପୋଖରୀକୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଏହି ପୋଖରୀଟି ଗାଁ ଆରମ୍ଭ ମୁଣ୍ଡରେ ଏକ ବଙ୍କାଣି ରାସ୍ତାରେ ହେଉଥିବାରୁ ଓ ଗୋଟିଏ ପଟେ ଗୋବରୀ ନଦୀ ଏବଂ ଅନ୍ୟପଟେ ଏହି ୩୦ଫୁଟ ଗଭୀରର ପୋଖରୀ ଖୋଳା ଯାଉଥିବାରୁ ନଦୀ ଓ ପୋଖରୀ ମଝିରେ ଥିବା ଘର ଗୁଡିକ ଏବେ ବିପଦରେ । ଏହାସହ ଏହି ପୋଖରୀ ପାଇଁ କୌଣସି ପଲ୍ଲୀସଭା କି ଗ୍ରାମସଭା କରାଯାଇ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।


ସେପଟେ ସରପଞ୍ଚ କହିଛନ୍ତ ନକଲି ବିଲ କରି ମତେ ଦୁଇଲକ୍ଷ ଟଙ୍କା ଦେବାକୁ କିଛି ନ୍ୟସ୍ତସ୍ବାର୍ଥ ପର ଲୋକ କହିଥିଲେ ମୁଁ ସିଧାସଳଖ ମନା କରିବାରୁ ଏହା ସେମାନଙ୍କର ଏକ ଚକ୍ରାନ୍ତ ବୋଲି କହିଛନ୍ତି ସରପଞ୍ଚ ।


କେନ୍ଦ୍ରାପଡାରୁ, ରାଧାକାନ୍ତା ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details