ଓଡିଶା

odisha

ETV Bharat / briefs

ମୋବାଇଲ ଟାୱାର ନାଁରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ, ମାଷ୍ଟର ମାଇଣ୍ଡ ଗିରଫ

ମୋବାଇଲ ଟାୱାର ବସାଇବା ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ । ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପାଣିକୋଇଲି ପୋଲିସ।

By

Published : May 31, 2019, 11:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ମୋବାଇଲ ଟାୱାର ବସାଇବା ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପାଣିକୋଇଲି ପୋଲିସ । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗାଁର ସ୍ନେହାଶିଷ ରାୟ । ତା ନିକଟରୁ ବିଭିନ୍ନ କାଗଜ ପତ୍ର, ଆଫିଡେଭିଟ୍, ମନି ରିସିପ୍ଟ ଆଦି ଜବତ ହୋଇଛି । ତେବେ ଗିରଫ ପରେ ସ୍ନେହାଶିଷକୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାନୁସାରେ, ସ୍ନେହାଶିଷ ଜଣେ ଡିପ୍ଲୋମା ଇଞ୍ଜିନିୟର । ଦୁଇ ବର୍ଷ ତଳେ ପାଣିକୋଇଲି ଠାରେ ଶ୍ରୀ ସାଇ ଟେଲିସର୍ଭିସ ନାଁରେ ଏକ କମ୍ପାନୀ ଖୋଲିଥିଲା । ବିଭିନ୍ନ ସ୍ଥାନରେ ଟେଲିଫୋନ୍ ଟାୱାର ଖୋଲିବା ନାଁରେ ଲୋକଙ୍କ ଠାରୁ ସେମାନଙ୍କ ଜମି ବାଡିର କାଗଜପତ୍ର ସହିତ ୧୫ ରୁ ୩୦ ହଜାର ଟଙ୍କା ଆଦାୟ କରିଥିଲା । ପ୍ରାୟ ଦୁଇ ବର୍ଷ ଧରି ଏଭଳି ଟଙ୍କା ଆଦାୟ କରି ଲୋକଙ୍କୁ ଠକୁଥିଲା । ପରେ ଲୁଟ୍ ଟଙ୍କା ଧରି ପାଣିକୋଇଲିରୁ ଫେରାର ହୋଇଯାଇଥିଲା । ଏ ନେଇ ଯାଜପୁର ଜିଲ୍ଲାର ପାଣିକୋଇଲି, କୁଆଖିଆ, କୋରେଇ ଓ ଯାଜପୁର ଟାଉନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଘଟଣାକୁ ନେଇ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ତଦନ୍ତ ଜାରି ରଖିଥିଲେ । ଅଭିଯୁକ୍ତ ସ୍ନେହାଶିଷକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଏଥିସହିତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବାକୁ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ପାଣିକୋଇଲି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details