ବୌଦ୍ଧ: ନିର୍ବାଚନ ଆସିଲେ ନେତାଙ୍କର ମନେ ପଡେ ସାଧାରଣ ଜନତାଙ୍କ କଥା । ବର୍ଷସାରା ଶୋଇଥିବା ନେତାଙ୍କ ନିଦ ଖୋଲେ କେବଳ ନିର୍ବାଚନ ସମୟରେ । ହାରିବାର ଭୟରେ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଏହି ସମୟରେ କରନ୍ତି ପ୍ରୟାସ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ । ନିର୍ବାଚନକୁ ଆଖିରେ ରଖି ଏଠାକାର ସ୍ଥାନୀୟ ବିଧାୟକ ରାସ୍ତାର ପୁନଃନିର୍ମାଣ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତ ୫୭ ନମ୍ବର ଜାତୀୟ ରାଜପଥ କଡରେ ରହିଛି କଟାତଳ ଗ୍ରାମ । ଗ୍ରାମର ବାସିନ୍ଦା ଯାତାୟତ ନିମନ୍ତେ ଦୀର୍ଘ ବର୍ଷରୁ ବ୍ୟବହାର କରୁଥିବା ଏକ ରାସ୍ତାକୁ ନେଇ ଏବେ ବିବାଦ ଉପୁଜିଛି । ଉକ୍ତ ରାସ୍ତାର ଜମି ମାଲିକାନା ଜଣେ ବ୍ୟକ୍ତି ବିଶେଷଙ୍କର ରହିଥିବାବେଳେ ଏହାର ପୁନଃନିର୍ମାଣ ନିମନ୍ତେ ଲାଗି ପଡିଛି ଏକ ଠିକା ସଂସ୍ଥା । ତେବେ ନିର୍ବାଚନ ସମୟରେ କୌଣସି ନେତା ଉନ୍ନୟନ ମୂଳକ କାର୍ଯ୍ୟ କରିପାରିବେ ନେହିଁ ବୋଲି ନିର୍ବାଚନ କମିଶନ ରୋକଠୋକ କରିଥିବା ସତ୍ବେ କେଉଁ କାରଣରୁ ରାସ୍ତା ନିର୍ମାଣ କରାଯାଉଥିଲା, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଜମି ମାଲିକ ।