ଓଡିଶା

odisha

By

Published : Jul 28, 2019, 1:06 AM IST

ETV Bharat / briefs

ସୋ ରୁମରୁ ଟଙ୍କା ଲୁଟେରାକୁ ଗିରଫ କଲା ପୋଲିସ

ଗତ 17 ତାରିଖରେ ମୟୂରଭଞ୍ଜ ମାରୁତି ସୁଜୁକି ସୋ ରୁମରୁ ଲୁଟ୍‌ ହୋଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି ଟଙ୍କା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଗତ ୧୮ ତାରିଖରେ ଉଦଳାରେ ଥୁବା ମାରୁତି ସୁଜୁକି ସୋ ରୁମରୁ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସୋ ରୁମର ଡ୍ରାଇଭର ବୋଲି ଜଣାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ଉଦଳା ମସଜିଦ ଛକ ନିକଟରେ ଥୁବା ମାରୁତି ସୁଜୁକି ସୋ ରୁମରୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା ଚୋରି କରି ନେଇଥିବା ୧୮ ତାରିଖ ଉଦଳା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବାର ସପ୍ତାହକ ପରେ ଲୁଟ କରିଥିବା ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ସୋ ରୁମର ଡ୍ରାଇଭର ସତ୍ୟବାନ ପ୍ରଧାନ ବୋଲି ଜଣାଯାଇଛି।

୧୭ ତାରିଖ ବିଳମ୍ବିତ ରାତିରେ ସୋରୁମରେ ପଶି ୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ୍‌ କରିଥିବା ପୋଲିସ ଆଗରେ ସ୍ଵୀକାର କରିଛି । ଚୋରି କରିଥିବା ଟଙ୍କାକୁ ନେଇ ନିଜ ଘର ବାଡିରେ ଏକ ଗାତ ଖୋଳି ପଲିଥିନରେ ଟଙ୍କାକୁ ପୁରାଇ ରଖି ଦେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଅଭିଯୁକ୍ତ ନିକଟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ସହ ତାକୁ କୋର୍ଟଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details