ଓଡିଶା

odisha

ETV Bharat / briefs

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: 6ଷ୍ଠ ସ୍ଥାନରେ ବରଗଡ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବରଗଡର ନବ୍ୟା ନବେଲି ଆଚାର୍ଯ୍ୟ ୯୫.୫ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ବରଗଡ ଜିଲ୍ଲା ରାଜ୍ୟର ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ଚଳିତ ବର୍ଷ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗୁଁ ଷଷ୍ଠ ସ୍ଥାନ ଅଧିକାର କରିଛି ।

By

Published : May 21, 2019, 10:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ସାରା ରାଜ୍ୟରେ ମୋଟ ପାସହାର 72.35 ପ୍ରତିଶତ ଥିବାବେଳେ ବରଗଡ ଜିଲ୍ଲାରେ ପାସହାର 80 ପ୍ରତିଶତ ରହିଛି । ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ବରଗଡ ଜିଲ୍ଲା ରାଜ୍ୟର ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ଚଳିତ ବର୍ଷ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗୁଁ ଷଷ୍ଠ ସ୍ଥାନ ଅଧିକାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅମାନେ ବାଜିମାତ୍ କରିଛନ୍ତି । ବରଗଡରେ ସମୁଦାୟ ୧୭,୧୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ତନ୍ମଧ୍ୟରୁ ୧୩,୭୩୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଜିଲ୍ଲାର ମୋଟ 7425 ଜଣ ଛାତ୍ରୀ ପାସ କରିଥିବାବେଳେ 7314 ଜଣ ଛାତ୍ର ପାସ କରିଛନ୍ତି ।

ବରଗଡ ଜିଲ୍ଲାର ୧୨ଟି ବ୍ଲକରୁ ୨୦ ଜଣ ପରୀକ୍ଷାର୍ଥୀ A1 ଗ୍ରେଡରେ ପାସ କରିଥିବାବେଳେ ବରଗଡ ବ୍ଲକରୁ ୫ ଜଣ, ବରପାଲି ଓ ସୋହେଲାରୁ ୪ ଜଣ, ଭଟଲି, ଅତାବିରା, ବିଜେପୁର, ପାଇକମାଳ, ପଦ୍ମପୁର ବ୍ଲକରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ A1 ଗ୍ରେଡରେ ସଫଳତା ପାଇଛନ୍ତି । ଜିଲ୍ଲାର ନବ୍ୟା ନବେଲି ଆଚାର୍ଯ୍ୟ ୯୫.୫ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details