ଓଡିଶା

odisha

ETV Bharat / briefs

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ବହୁ ବାଦ ବିବାଦ ପରେ ଶେଷରେ କେନ୍ଦ୍ର ସରକାରଙ୍କ ଚିଠିର ଉତ୍ତର ରଖିଛନ୍ତି ପଶ୍ଚିମବଙ୍ଗ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧିନ ଥିବା କହିଲେ ମୁଖ୍ୟ ଶାସନ ସଚିବ ।

By

Published : Jun 10, 2019, 11:58 AM IST

ଫାଇଲ ଫଟୋ


ପଶ୍ଚିମବଙ୍ଗ: ଦେଶରେ ସାଧାରଣ ନିର୍ବାଚନର ଢେର ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ଆରମ୍ଭ ହୋଇଥିଲା ଛକାପଞ୍ଝା । ଯାହାର ପ୍ରଭାବ ସିଧାସଳଖ ପଡିଥିଲା ନିର୍ବାଚନରେ । ଏହାକୁ ନେଇ ହିଂସା ବର୍ତ୍ତମାନ ସୁଦ୍ଧା ଥମିବାର ନା ଧରୁନାହିଁ ।

ଗତଦୁଇ ଦିନ ତଳେ ପୁଣିଥରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଘଟି 5ଜଣଙ୍କ ମୃତ୍ୟୁପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିବା ସହ ରିପୋର୍ଟ ଦେବା ପାଇଁ କହିଥିଲେ ଆଜି ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଲୋକସଭା ନିର୍ବାଚନ ପରେ ସେମିତି କିଛି ବଡଧରଣ ହିଂସାକାଣ୍ଡ ଘଟିନାହିଁ ବର୍ତ୍ତମାନ ଆଇନ ଶୃଙ୍ଖଳା ପୁରା ନିୟନ୍ତ୍ରଣରେ ଅଛି ।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସବିବ ମଳୟ କୁମାର କେନ୍ଦ୍ରକୁ ଦେଇଥିବା ରିପୋର୍ଟରେ ଲେଖିଛନ୍ତିଯେ ବର୍ତ୍ତମାନ ସୁଦ୍ଧା ଯାହାସବୁ ହିଂସାକାଣ୍ଡ ଘଟିଛି ତୁରନ୍ତ ପୋଲିସ ବିନା ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିଛି ଅସାମାଜିକ ତତ୍ତ୍ବ ନିର୍ବାଚନ ପରେ ରାଜ୍ୟରେ ଛୋଟମୋଟ ହିଂସାକାଣ୍ଡ ଘଟାଇବାକୁ ପ୍ରୟାସ କରୁଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଳୟ ରିପୋର୍ଟରେ ଲେଖିଛନ୍ତି ।

ଏହାସହ 24 ପରଗନା ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡର ମଧ୍ୟ ମାମଲା ଦାୟର କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କେନ୍ଦ୍ରକୁ ଜଣାଇଛି ପଶ୍ଚିମବଙ୍ଗ ସରକାର ।

ABOUT THE AUTHOR

...view details