ଓଡିଶା

odisha

ETV Bharat / briefs

ଥିଲେ ନକ୍ସଲ ହେଲେ ସୁରକ୍ଷାକର୍ମୀ

ମାଲକାନଗିରି ପୋଲିସର ଅଭିନବ ପଦକ୍ଷେପ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସୁରକ୍ଷାକର୍ମୀ ଭାବେ ଦେଲେ ନିଯୁକ୍ତି । ସମସ୍ତ ତାଲିମପ୍ରାପ୍ତ ନକ୍ସଲ ଏବେ ସାମୂହିକ ଅନୁଷ୍ଠାନକୁ ଯୋଗାଇବେ ସୁରକ୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 23, 2019, 8:46 PM IST

ମାଲକାନଗିରି: ଦିନେ ହାତରେ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବା ନକ୍ସଲ ଏବେ ଦେଶର ସୁରକ୍ଷା ପାଇଁ ଧରିବେ ବନ୍ଧୁକ । ସମାଜରେ ଭୟର ଆତଙ୍କ ଖେଳାଉଥିବା ଏହି ନକ୍ସଲଙ୍କ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ସମାଜରେ ତୃତୀୟ ଲିଙ୍ଗ କୁହାଯାଉଥିବା କିନ୍ନର ଓ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଦେଶର ସୁରକ୍ଷା ଦାୟିତ୍ବରେ ନିୟୋଜିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦେଶର ସୁରକ୍ଷା ପାଇଁ 15 ଜଣ କିନ୍ନର ଓ 10 ଜଣ ଆତ୍ମସମର୍ପିତ ନକ୍ସଲଙ୍କୁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ଆଉ ଏହି ତାଲିମର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଛି ଜିଲ୍ଲା ପ୍ରଶାସନ । ଦୀର୍ଘ 15 ଦିନ ଧରି ତାଲିମ ପାଇବା ପରେ ମାଲକାନଗିରି ଜିଲ୍ଲାପାଳ ଏମାନଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ସେମାନଙ୍କୁ ସହରର ବିଭିନ୍ନ ବ୍ୟାଙ୍କ, ମେଡିକାଲ ଓ ଅନୁଷ୍ଠାନରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details