ଖୋର୍ଦ୍ଧା:ରାମେଶ୍ବର ଛକ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କାଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ।
ଗତ ମାସ ୧୫ ତାରିଖରେ ସ୍ଥାନୀୟ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କା ନେଇ ସ୍କୁଟିରେ ପେଟ୍ରୋଲ ପମ୍ପ କର୍ମଚାରୀ ସଂଗ୍ରାମ କେଶରୀ ଜାୟ ସିଂ ଓ ସୁମନ୍ତ ବେହେରା ଜଙ୍କିଆ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କକୁ ଆସୁଥିଲେ । ତେବେ ବାଟରେ ମାଲଗୁଣୀ ବ୍ରିଜ ନିକଟରେ ଗାଡିକୁ ଧକ୍କା ମାରି ତଳେ ପକାଇ ଖଣ୍ଡା, ବନ୍ଧୁକ ଦେଖାଇ ୫ ଲକ୍ଷ ୫୦ ହଜାର ଟଙ୍କା ଦୁଇଟି ଗାଡିରେ ଆସି ଅଜଣା ଦୁର୍ବୃତ୍ତମାନେ ଲୁଟ କରିଥିଲେ। ଏହି ଘଟଣାରେ ରବିବାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।