ଓଡିଶା

odisha

ETV Bharat / briefs

'ଦେଶବାସୀଙ୍କୁ ବାଛିବାକୁ ପଡିବ, ପକୋଡା ନା ଚାକିରୀ' - wisely

ଟ୍ବିଟ ମାଧ୍ୟମରେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ଟ୍ବିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମୋଦି ଦେଇଥିବା ପ୍ରତିଶ୍ରୁତି ଅଧାଅଧୁରା । ବ୍ୟାଙ୍କ ଖାତାରେ ନା ଅଛି 15 ଲକ୍ଷ ନା ଆସିପାରିଛି ଭଲ ଦିନ। ବିଜେପି ସରକାର ଅବିଶ୍ବାସ, ହିଂସା, ଘୃଣା, ଭୟ ଏବଂ ବେକାରୀ ଛଡା ଜନତାଙ୍କୁ କିଛି ଦେଇନାହିଁ ବୋଲି ରାହୁଲ ଆକ୍ଷେପ କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତୀକାତ୍ମକ ଫଟୋ

By

Published : Apr 11, 2019, 3:08 PM IST


ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ 91ଟି ଲୋକସଭା ଆସନରେ ମତଦାନ ହେଉଛି। 18ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଚାଲୁଛି । ଏହି ସହିତ 4ଟି ରାଜ୍ୟ- ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ତେବେ ଗଣତନ୍ତ୍ରର ଏହି ମହାପର୍ବରେ ଅଧିକରୁ ଅଧିକ ଦେଶବାସୀଙ୍କୁ ସାମିଲ ହେବାକୁ ଦେଶର ଟପ ଲିଡର ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ ଜଣାଇଥିବା ବେଳେ ଉଭୟ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଦେଶବାସୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ।

ତେବେ ଆଜି ଭୋଟରଙ୍କୁ ଟ୍ବିଟ୍ ମାଧ୍ୟମରେ ନିଜ ବାର୍ତ୍ତା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭାରତର ଆତ୍ମା ଏବଂ ତାର ଭବିଷ୍ୟତ ପାଇଁ ବୁଝିବିଚାରି ଭୋଟ ଦେବାକୁ ମତଦାତାଙ୍କୁ ରାହୁଲ ଆହ୍ବାନ କରିଛନ୍ତି।


ସେପଟେ ଟ୍ବିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମୋଦି ଦେଇଥିବା ପ୍ରତିଶ୍ରୁତି ଅଧାଅଧୁରା । ବ୍ୟାଙ୍କ ଖାତାରେ ନା ଅଛି 15 ଲକ୍ଷ ନା ଆସିପାରିଛି ଭଲ ଦିନ। ବିଜେପି ସରକାର ଅବିଶ୍ବାସ, ହିଂସା, ଘୃଣା, ଭୟ ଏବଂ ବେକାରୀ ଛଡା ଜନତାଙ୍କୁ କିଛି ଦେଇନାହିଁ ବୋଲି ରାହୁଲ ଆକ୍ଷେପ କରିଛନ୍ତି।


ତେଣୁ ଭାରତର ଆତ୍ମା ଏବଂ ଭବିଷ୍ୟତ ପାଇଁ ବୁଝିବିଚାରି ମତଦାନ କରନ୍ତୁ। ତେଣୁ ବୁଦ୍ଧିମତା ସହ ଭୋଟ ଦେବାକୁ ସେ କହିଛନ୍ତି। ତେବେ କଂଗ୍ରେସ ମଧ୍ୟ ଭୋଟରଙ୍କୁ ଦେଶ ପାଇଁ ଠିକ୍ ପ୍ରତିନିଧିକୁ ଭୋଟ ଦେବାକୁ ଆହ୍ବାନ କରିଛି। ଆପଣମାନେ ଆଜି ନିର୍ଣ୍ଣୟ କରନ୍ତୁ, ଘୃଣା ନା ଭଲପାଇବା। ପକୋଡା ନା ଚାକିରୀ। ପ୍ରଚାର ଉପରେ ନୀତି ଏବଂ ବିଭାଜନ ଉପରେ ଏକ ରାଷ୍ଟ୍ର। କଂଗ୍ରେସ ପାଇଁ ଭୋଟ ଏବଂ ନିଜ ପାଇଁ ଭୋଟ ବୋଲି ଆଜି ଆପଣ ପ୍ରତିଜ୍ଞା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ବିଟରେ କରାଯାଇଛି।


ସେହିପରି କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା ମଧ୍ୟ ହିନ୍ଦୀରେ ଟ୍ବିଟ କରିଛନ୍ତି ଯେ, ଆଜି ଲୋକତନ୍ତ୍ରର ଏକ ମହାପର୍ବ ଆରମ୍ଭ ହୋଇଯାଇଛି । ଦେଶବାସୀ ରାଜନୀତିର ନୂଆ ଷଡଯନ୍ତ୍ରରେ ନଫସି ପ୍ରଗତିପଥରେ ଆଗେଇ ଆସନ୍ତୁ। ଆମକୁ ଭାରତକୁ ଏକ ନୂତନ ସଫଳତା ଦିଗରେ ଆଗେଇବାକୁ ପଡିବ। ମିଛ, ଧୋକା, ଏବଂ ଦୁର୍ନୀତି ଜାଲରୁ ବଞ୍ଚାଇବାକୁ ପଡିବ । ଏଥିସହିତ ପ୍ରେମ, ଶାନ୍ତି ଏବଂ ଭାଇଚାରା ସହ ଆଗକୁ ବଢିବାକୁ ପଡିବ । ନ୍ୟାୟ ପାଇଁ ଏବେ ଭୋଟ ଦିଅନ୍ତୁ ବୋଲି ସୁରଜେୱାଲା କହିଛନ୍ତି ।

ABOUT THE AUTHOR

...view details