ଓଡିଶା

odisha

ETV Bharat / briefs

ରଥଯାତ୍ରା ପୂର୍ବରୁ ଦର୍ଶନ ବିବାଦ, ସଫେଇ ଦେଲେ ବିଧାୟକ - LOARD JAGANNTH

ରଥଯାତ୍ରା ଆରମ୍ଭ ନହେଉଣୁ ଦର୍ଶନକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ପୁରୀ ବିଧାୟକଙ୍କ ଦର୍ଶନକୁ ନେଇ ଆରମ୍ଭ ହୋଇଛି ବିବାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 19, 2019, 9:10 PM IST

ପୁରୀ: ମହାପ୍ରଭୁ ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ଆରମ୍ଭ ହୋଇନି କିନ୍ତୁ ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଗତ 17ତାରିଖ ଦିନ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ସେବାପୂଜା ଚାଲିଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସ୍ନାନ ମଣ୍ଡପକୁ ଯାଇ ଦର୍ଶନ କରିଥିବା ଅଭିଯୋଗ ହେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାକୁ ନେଇ ପୁରୀରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେବେ ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ବିଧାୟକ ଜୟନ୍ତ ଷଡଙ୍ଗୀ, ସେ କହିଛନ୍ତି ତାଙ୍କ ଦର୍ଶନକୁ ନେଇ ବିବାଦ କରିବା ଉଚିତ ନୁହେଁ । କାରଣ ସେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଏହାସହ ସ୍ନାନ ମଣ୍ଡପରେ ପ୍ରତିବର୍ଷ ଦର୍ଶନ କରିଥାନ୍ତି । ସେ ଠାକୁରଙ୍କ ବିଗ୍ରହ ଛୁଇଁ ନାହାନ୍ତି କେବେଳ ପାଖରୁ ଦର୍ଶନ କରିଛନ୍ତି ।

ସେ ଦର୍ଶନ କଲାବେଳେ କେହି ତାଙ୍କୁ ମନା କରିନାହାନ୍ତି ତେଣୁ ଅଯଥା ଏହାକୁ ପ୍ରସଙ୍ଗ କରାନଯାଉ ବୋଲି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details