ଓଡିଶା

odisha

ETV Bharat / briefs

ଦେବଗଡ଼ରୁ ବାଘ ଛାଲ ଜବତ, 3 ଗିରଫ

ପୁଣି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ । ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବାଘ ଛାଲ ଜବତ ହୋଇଛି ।

By

Published : Jun 21, 2019, 11:38 AM IST

Updated : Jun 21, 2019, 3:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଣି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) । ଏହି ଘଟଣାରେ ଦେବଗଡରୁ 3 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍ । ବାଘ ଛାଲ ବିକ୍ରି ବେଳେ ଧରାପଡିଥିଲେ ଏହି 3ଜଣଙ୍କୁ ଗିରଫ କରିଥିଲା ଏସଟିଏଫ। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡର ସଚ୍ଚିକାନ୍ତ ନାୟକ, ଦେବଗଡର ରାମଣିସେନ ବେହେରା ଓ ଜ୍ଞାନଦତ୍ତ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗିରଫ ପରେ ସେମାନଙ୍କ ଠାରୁ ବାଘ ଛାଲ ଜବତ କରାଯାଇଛି । ତେବେ ଏମାନେ ଶିକାରୀ କି ବେପାରୀ ତାହା ଜଣାପଡିନାହିଁ । ମାମଲା ସତ୍ୟତା ଜାଣିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 21, 2019, 3:31 PM IST

ABOUT THE AUTHOR

...view details