ଓଡିଶା

odisha

ETV Bharat / briefs

କେନାଲରେ ନାହିଁ ଜଳ, ଲୋକେ ଦେଉଛନ୍ତି କର

ଦୟନୀୟ ଅବସ୍ଥାରେ ପଡିରହିଛି କନ୍ଧମାଳ ଜିଲ୍ଲାର ପୁରାତନ ଏକମାତ୍ର ମଧ୍ୟମ ଜଳସେଚନ ପ୍ରକଳ୍ପ ‘ପିଲାସାଲୁଙ୍କି’ ପ୍ରକଳ୍ପ। କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତରେ 1974 ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇ 1984 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ପ୍ରାୟ 10ବର୍ଷ ହେବ କେନାଲରେ ପାଣି ଆସୁନାହିଁ, କିନ୍ତୁ ଲୋକେ ଏବେବି ଦେଉଛନ୍ତି ଜଳକର।

By

Published : Apr 4, 2019, 11:28 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଯେଉଁ ରାଜ୍ୟର ଚାଷୀଯେତେ ସ୍ବାବଲମ୍ବି ସେହି ରାଜ୍ୟର ସେତେ ଉନ୍ନତ । ସେଥିପାଇଁ ସବୁ ସରକାର ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। କିନ୍ତୁ ରାଜ୍ୟରେ ଚାଷ, ଚାଷୀଙ୍କ ଅବସ୍ଥା ସଂଗୀନ ହୋଇପଡିଥିବା ବେଳେ ଗତ 2014 ନିର୍ବାଚନରେ ରାଜ୍ୟ ସରକାର ପ୍ରାୟ 10 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରିବେ ବୋଲି କହିଥିଲେ, ବାସ୍ତବରେ ଗତ 5ବର୍ଷରେ କେତେ ଜମି ଜଳ ସେଚିତ ହୋଇଛି ତାହା ସରକାରଙ୍କୁ ହିଁ ଜଣା । ସରକାର ନୂତନ ଜମିକୁ ଜଳ ସେଚିତ କରିବେ କଣ ବରଂ ଯେତିକି ଜମିଜଳ ସେଚିତ ହୋଇଥିଲା ତାହାର ରକ୍ଷଣା ବେକ୍ଷଣା ଅଭାବରୁ ସବୁ କେନାଲ ସୁଖିଲା ପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏମିତି ଦୟନୀୟ ଅବସ୍ଥାରେ ପଡିରହିଛି କନ୍ଧମାଳ ଜିଲ୍ଲାର ପୁରାତନ ଏକମାତ୍ର ମଧ୍ୟମ ଜଳସେଚନ ପ୍ରକଳ୍ପ ‘ପିଲାସାଲୁଙ୍କି’ ପ୍ରକଳ୍ପ। କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତରେ 1974 ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇ 1984 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି ପ୍ରକଳ୍ପ ଦ୍ବାରା ବଲସକୁମ୍ପା, ଟିଟ୍ରାପଙ୍ଗା ଭଲି ଛଅଟି ପଞ୍ଚାୟତର ପଚାଶରୁ ଅଧିକ ଗାଁକୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

କିନ୍ତୁ ସମୟ କ୍ରମେ ଏହି ଆଦିବୀସୀ ଅଧ୍ୟୁଷିତ ଜିଲ୍ଲାକୁ ସରକାରଙ୍କ ଅବହେଳା କାରଣରୁ ଏହି ସବୁ କେନାଲ ପୋତି ହେବାସହ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଛି। ଯଦ୍ବାରା କେନାଲଟି ନିଜ ମୁଳ ଉଦ୍ଦୋଶ୍ୟରୁ ଦୂରେଇଯାଇଛି। କେନାଲ ଭାଙ୍ଗିଯିବା ଦ୍ବାରା ଗତ ଦଶବର୍ଷ ହେଲା କେନାଲରେ ପାଣି ଆସୁନାହିଁ କି କେନେଲ ଟି ଲୋକଙ୍କ କୌଣସି ସ୍ବାର୍ଥରେ ଆସୁନାହିଁ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଗତ ଦଶ ବର୍ଷ ହେଲା ପାଣି ଆସୁନଥିଲେ ସରକାରଙ୍କୁ ଜଳକର ଦେଉଛନ୍ତି ସ୍ଥାନୀୟ ଲୋକେ।

ତେଣୁ ଏବେ ନିର୍ବାଚନ ଥିବାରୁ ନେତା ମନ୍ତ୍ରୀ ସମସ୍ତେ ଭୋଟ ପାଇଁ ଲୋକଙ୍କ ଦ୍ବାରକୁ ଆସୁଥିବା ବେଳେ ଲୋକେ କିନ୍ତୁ ନୋଛଡ ବନ୍ଧା , ସିଧାସିଧା ଶୁଣାଉଛନ୍ତି ପାଣିଦିଅ, ଭୋଟ ନିଅ ।

ଏ ସଂପର୍କରେ ଲୋକେ ଏକ ମିଳିତ ବୈଠକ କରି କହିଛନ୍ତି ପାଣି ପାଇଁ ବାରୁମ୍ବାର ଆନ୍ଦୋଳନ କରିବା ସହ ସରକାରୀ ଅଧିକାରୀଙ୍କୁ ଭେଟିଛୁ ,ଗୁହାରି କରିଛୁ,କେହି ଶୁଣିନାହାଁନ୍ତି। ସ୍ଥାନୀୟ ନେତା ମାନଙ୍କୁ ଯେତେ କହିଲେବି ଫଳ ଶୂନ । ସେଥିପାଇଁ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି ଗ୍ରାସବାସୀ ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details