ମାଲକାନଗିରି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ପୁଣି ଲାଲବାହିନୀ ତା'ର ଉପସ୍ଥିତି ଜାହିର କରିଛି । ମାଲକାନଗିରି ଓ ଜୟପୁର ମଧ୍ୟବର୍ତ୍ତି ସପ୍ତଧାରା ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ବିଏସ୍ଏଫ୍ ଯବାନ ଗୁରୁତର ହୋଇଛନ୍ତି । ସେହି ଯବାନ ଜଣକ 13 ବାଟାଲିୟନ୍ର ଜାଗ୍ତ୍ରା ସିଂ ବୋଲି ସୂଚନା ମିଳିଛି ।
ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଛି । ଏହାପରେ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।