ଓଡିଶା

odisha

ETV Bharat / briefs

KKR vs RR: ପରାଜୟର ପ୍ରତିଶୋଧ ନେବାକୁ ଗ୍ରାଉଣ୍ଡକୁ ଓହ୍ଲାଇବ ରାଜସ୍ଥାନ

43ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକତା ଓ ରାଜସ୍ଥାନ । ଇଡେନ୍‌ ଗାର୍ଡେନ୍‌ରେ ରାତି 8ଟାରେ ମ୍ୟାଚ୍‌ ଆରମ୍ଭ ହେବ ।

By

Published : Apr 25, 2019, 12:28 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଗୁରୁବାର ଚଳିତ ଆଇପିଏଲ୍‌ର 43ତମ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ । ରାତି 8ଟାରେ କୋଲକାତା -ରାଜସ୍ଥାନ ମୁହାଁମୁହିଁ ହେବେ । ପଏଣ୍ଟ ଟେବୁଲ୍‌ରେ କେକେଆର୍‌ 8ପଏଣ୍ଟ ରଖି 6ଷ୍ଠତମ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ରୟାଲସ୍‌ ଏହି ସିଜନ୍‌ରେ 3ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନରେ ରହିଛି ।


ଏହି ସିଜନ୍‌ରେ 2ଟି ଦଳ 10ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି । ତେବେ କୋଲକାତା ନିଜର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ନିଜକୁ ସୁରକ୍ଷିତ ରଖିବାକୁ ଚାହିଁବ । ସେହିପରି ରାଜସ୍ଥାନ ଟୁର୍ଣ୍ଣାମେଣ୍ଟରେ ଏଯାଏଁ ମାତ୍ର 3ଟି ମ୍ୟାଚ୍‌ ଜିତିଥିବାବେଳେ ଟିମ୍‌ ବିଜୟଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।


ତେବେ ରାଜସ୍ଥାନକୁ ଇଡେନ୍‌ ଗାର୍ଡେନ୍‌ ଗ୍ରାଉଣ୍ଡରେ କୋଲକାତା ବିପକ୍ଷରେ ଜିତିବା ସହଜ ହେବନାହିଁ । କାରଣ 2008ରେ ଏହି ଗ୍ରାଉଣ୍ଡରେ ଥରେ ମାତ୍ର କୋଲକାତାକୁ ପରାଜୟ କରିଥିଲା ରାଜସ୍ଥାନ ।

ସୂଚନାଥାଉକି, ଏହି ସିଜନ୍‌ରେ ଜୟପୁରରେ ହୋଇଥିବା ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲାରେ ରାଜସ୍ଥାନ କୋଲକାତା ଠାରୁ ହାରିଯାଇଥିଲା । କେକେଆର୍‌ ଟିମ୍‌ ସମ୍ପୂର୍ଣ୍ଣ ଭାବେ ରସେଲଙ୍କ ଉପରେ ନିର୍ଭର କରିଛି । ସେହିପରି ରାଜସ୍ଥାନ ଟିମ୍‌ ମଧ୍ୟ ସ୍ମିଥ୍‌, ରାହେଣ ଓ ବଟଲରଙ୍କ ବ୍ୟାଟିଂ ଉପରେ ନିର୍ଭର କରୁଛି ।

For All Latest Updates

ABOUT THE AUTHOR

...view details