ଓଡିଶା

odisha

ETV Bharat / briefs

ମାଡିଗଲା ହାଇୱା, ଚାଲିଗଲା ବାପ ଝିଅଙ୍କ ଜୀବନ - POLICE

ସୁଶାନ୍ତ ଏବଂ ତାଙ୍କ ଜଣେ ନାବାଳିକା ଝିଅ ଗାଡି ପାଖରେ ଛିଡା ହୋଇଥିଲେ । ଏହି ସମୟରେ ପାରାଦ୍ବୀପ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଗାଡି ଉଭୟ ବାପା ଓ ଝିଅକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Mar 30, 2019, 2:41 PM IST

କେନ୍ଦ୍ରାପଡା: ମୃତ୍ୟୁ ଏମିତି ଏକ ଶବ୍ଦ ଯାହା ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଭୟ ଆସିଯାଏ । ମୃତ୍ୟୁ ସତ୍ୟ ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ବି ମରଇ’ କିନ୍ତୁ ଏଭଳି କିଛି ମୃତ୍ୟୁ ଅନେକଙ୍କ ଜୀବନରେ ଆସେ ଯାହା କଳ୍ପନା ବାହାରେ ଥାଏ । ଏମିତି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପୋଲ ନିକଟ ପାରାଦ୍ବୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ । ଯାହା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁସାରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଓରତି ଗ୍ରାମର ସୁଶାନ୍ତ ନାୟକ ଗତକାଲି ସକାଳେ ନିଜ ପରିବାର ସହ କେନ୍ଦ୍ରାପଡ଼ା ଆସିଥିଲେ ସଂଧ୍ୟାରେ ନିଜ ଘର ଓରତିକୁ ଫେରୁଥିବା ବେଳେ ପୁଅ ଶୌଚ ଯିବାପାଇଁ କହିବାରୁ ସୁଶାନ୍ତ ଗାଡି ଅଟକାଇଥିଲେ ଓ ପୁଅ କାଳିଆଙ୍କ ସହ ତାଙ୍କ ମାଁ ଶୌଚ ପାଇଁ ଯାଇଥିଲେ । ସୁଶାନ୍ତ ଏବଂ ତାଙ୍କ ଜଣେ ନାବାଳିକା ଝିଅ ଗାଡି ପାଖରେ ଛିଡା ହୋଇଥିଲେ । ଏହି ସମୟରେ ପାରାଦ୍ବୀପ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଗାଡି ଉଭୟ ବାପା ଓ ଝିଅକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ହସ୍ପିଟାଲକୁ ପଠାଇଥିଲେ । ଏହାସହ ଦୁର୍ଘଟଣା ଘଟାଇ ଥିବା ଗାଡି ଓ ଚାଳକଙ୍କୁ ପୋଲିସ ଅଟକ ରଖିଛି । ଘଟଣା ସମ୍ପର୍କରେ ଖବର ପାଇ ସୁଶାନ୍ତଙ୍କର ଗ୍ରାମବାସୀ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାରୋକ କରିବାସହ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଗତ ତିନିମାସ ମଧ୍ୟରେ ଏହି ରାସ୍ତାରେ ଅନେକ ଦୁର୍ଘଟଣାରେ ପ୍ରାୟ 20ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେପଟେ ଡ୍ରାଇଭରଙ୍କ ଅଧିକ ଟ୍ରିପ ଆଶା ଓ ରାସ୍ତାର ଦୟନୀୟ ଅବସ୍ଥାରୁ ଏମିତି ଘଟଣା ଘଟୁଛି ବୋଲି କହିଛନ୍ତି ଓରତି ଗ୍ରାମ ପଞ୍ଚାୟତର ସରପଞ୍ଚ ଭୂପତି ଭୂଷଣ ଷଣ୍ଢ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details