ଓଡିଶା

odisha

ETV Bharat / briefs

'ଫନି' ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ

ଫନି ମୁକାବିଲା ପାଇଁ କେନ୍ଦ୍ରାପଡା ଏନଡିଆରଏଫ୍ ଟିମ ପ୍ରସ୍ତୁତ ରହିଛି । ବାତ୍ୟା ଆସିବା ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ଟିମର ସଦସ୍ୟ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

By

Published : May 2, 2019, 2:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ସାମୁଦ୍ରିକ ବାତ୍ୟା 'ଫନି' ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ ଠାରୁ ଆରମ୍ଭ କରି ଅଗ୍ନିଶମ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ କେନ୍ଦ୍ରାପଡା ଜିଲ୍ଲାରେ ନିୟୋଜିତ ଏନଡିଆରଏଫ୍ ଟିମର ପ୍ରସ୍ତୁତି କଣ ରହିଛି, ତାହା ଜାଣିବାକୁ ଆମ ପ୍ରତିନିଧି ଟିମର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ନିରାପତ୍ତା ବ୍ୟବସ୍ଥା କରାଯିବା ସହ ଖାଦ୍ୟ, ସ୍ବାସ୍ଥ୍ୟ, ପାନୀୟର ବ୍ୟବସ୍ଥା କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯିବ । ଏଥିସହିତ ବାତ୍ୟା ସମୟରେ ବିଦ୍ୟୁତ୍ ସାମଗ୍ରୀ ଏବଂ ବଡ ବଡ ଗଛ ଠାରୁ ଦୂରରେ ରହିବାକୁ ଟିମ୍ ଗଣମାଧ୍ୟମ ଜରିଆରେ ସତର୍କ ସୂଚନା ଜାରି କରିଛନ୍ତି । ଜିଲ୍ଲାର ମତ୍ସଜୀବୀଙ୍କୁ ସମୁଦ୍ରକୂଳକୁ ନଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details