ଓଡିଶା

odisha

ETV Bharat / briefs

ଚୋର ଧରିବାକୁ ବୁଲିଲା ଖଟ, ଜୋରିମାନା ନଦେବାରୁ ମରଣାନ୍ତକ ଆକ୍ରମଣ ଅଭିଯୋଗ - case

ସୁନା ଅଳଙ୍କାର ଚୋରି ମାମଲାର ସମାଧାନ ପାଇଁ କଙ୍ଗାରୁ କୋର୍ଟ ବସିଥିଲା । ଚୋର ଧରିବାକୁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା । ଏହି ଖଟ ଭଗବାନଙ୍କ ବଡଭାଇ ମାଧବଙ୍କ ଘର ପାଖରେ ଲାଗିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

By

Published : Jun 23, 2019, 8:04 PM IST

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଚୋର ଧରିବାକୁ ବୁଲିଲା ଖଟ । ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହେଲେ ସାଧାରଣ ଲୋକ । ଏଭଳି ଘଟଣା ଘଟିଛି ନୟାଗଡ ସଦର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନା ଅନୁସାରେ, ଗ୍ରାମର ଭଗବାନ ବେହେରାଙ୍କ ପୁଅର ସ୍ବନକ୍ଷେତ୍ର ପାଇଁ ଆସିଥିବା ସୁନା ଅଳଙ୍କାର ଚୋରି ହୋଇଥିଲା । ଏନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସେଥିରେ ଚୋର ଧରିବାକୁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା । 18 ଓ 19 ତାରିଖରେ ଖଟ ବୁଲିଥିଲେ ମଧ୍ୟ ଚୋରକୁ ଧରିବାରେ ଅସଫଳ ହୋଇଥିଲେ । ହେଲେ ଶନିବାର ରାତିରେ ପୁଣି ଖଟ ବୁଲାଯାଇଥିଲା । ଖଟ ଭଗବାନଙ୍କ ବଡଭାଇ ମାଧବଙ୍କ ଘର ପାଖରେ ଲାଗିଥିଲା । ତାପରେ ମାଧବଙ୍କ ସ୍ତ୍ରୀଙ୍କୁ ଚୋର ଦର୍ଶାଇ 1ଲକ୍ଷ 42 ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଥିଲା । ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details