କନ୍ଧମାଳ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । ଏହାକୁ ଆଧାର କରି ଅନେକ ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ସଂକଟରେ ରହିଛି ଏହି ହଳଦୀ ଚାଷ । ଆମ ଢୋଲପିଟା ବ୍ୟବସ୍ଥାର ମୁଁହଫୁଟାଣୀ ପାଇଁ ବୁଡିବାକୁ ଯାଉଛି କାହିଁ କେଉଁ କାଳର କୂଳ ବେଉଷା । ଅଭାବୀ ବିକ୍ରି ଏବଂ ସରକାରୀ ଉଦାସୀନତା ପାଇଁ ଅହରହ ଘାଣ୍ଟିଚକଟି ହେଉଛି ଚାଷୀ । ସରକାର ଦୁଇଦିନ, ସାହୁକାର ସବୁଦିନ ନ୍ୟାୟରେ ନିତି ଚାଷ ବିମୁଖ ହେଉଛନ୍ତି ଅଞ୍ଚଳବାସୀ । ଆମେ କହୁଛୁ, କନ୍ଧମାଳ ହଳଦୀ କଥା । କନ୍ଧମାଳ ହଳଦୀ ଚାଷୀ ଏବେ ଅଣ୍ଟା ସଳଖିବାକୁ mspକୁ ଅନେଇ ବସିଛି ।
ଏଠାକାର ହଳଦୀର ଚାହିଦା ବିଦେଶରେ ଥିବା ବେଳେ ପ୍ରଶାସନିକ ଅଣଦେଖା ପାଇଁ ଚାଷୀଙ୍କୁ ଦୈନିକ ଲୁଟୁଛନ୍ତି ମୁନାଫାଖୋର ବେପାରୀ ଓ ଦଲାଲ । ସେପଟେ ସରକାର ଏହି ହଳଦୀର ଜିଆଇ ଟ୍ୟାଗ୍ ପାଇଁ ଜାଗଜ ପତ୍ରରେ ଲଢେଇ କରୁଥିବା ବେଳେ ବାସ୍ତବସ୍ଥିତି ନ ପରଖିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
- କନ୍ଧମାଳ ଚାଷୀର ଆର୍ଥିକ ମେରୁଦଣ୍ଡ ହଳଦୀ ଚାଷ
- ଏମଏସପି ବୃଦ୍ଧି, 'କନ୍ଧମାଳ ହଳଦୀ' ସୁରକ୍ଷା ଦାବି
- ଚାଷ କରନ୍ତି 30 ହଜାରରୁ ଅଧିକ ଚାଷୀ, ପ୍ରାୟ 5 ହଜାର ଟନ୍ ହୁଏ ଉତ୍ପାଦନ
- ମେଡିସିନ୍ କମ୍ପାନୀଠୁ ବିଦେଶରେ ରହିଛି କନ୍ଧମାଳ ହଳଦୀର ଡିମାଣ୍ଡ