ଓଡିଶା

odisha

ETV Bharat / briefs

ଜନ୍ମମାଟିରେ ପହଞ୍ଚିଲା କଳ୍ପନା ଦାସଙ୍କ ପାର୍ଥିବ ଶରୀର - anugul

ପର୍ବତାରୋହିଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ରବିବାର ଭୁବନେଶ୍ବର ପହଞ୍ଚିବା ପରେ ଅପରାହ୍ଣରେ ଜନ୍ମମାଟି ଢେଙ୍କାନାଳକୁ ଅଣାଯାଇଥିଲା । ଢେଙ୍କାନାଳ ମିନି ଷ୍ଟାଡିୟମରେ ଜିଲ୍ଲା ପ୍ରଶାସକ ଓ ରାଜନୈତିକ ନେତୃବୃନ୍ଦ ତାଙ୍କୁ ଶେଷ ଦର୍ଶନ କରିବା ପରେ ତାଙ୍କୁ ନିଜ ଘର କୁମ୍ଭାର ସାହି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jun 2, 2019, 5:39 PM IST

ଅନୁଗୋଳ: ପର୍ବତାରୋହିଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ରବିବାର ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ଣରେ ଜନ୍ମମାଟି ଢେଙ୍କାନାଳକୁ ଅଣାଯାଇଥିଲା । ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କ ଶେଷ ଦର୍ଶନ କରିଥିଲେ ଢେଙ୍କାନାଳବାସୀ । ତେବେ କଳ୍ପନାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସେଠାରେ ଏକ ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କଳ୍ପନା 'ଅମର ରହେ' ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ସହର । ଷ୍ଟାଡିୟମରେ ତାଙ୍କ ପାର୍ଥିବ ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଜିଲ୍ଲା ପ୍ରଶାସକ ଓ ରାଜନୈତିକ ନେତୃବୃନ୍ଦ । ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ନିଖିଳ ପରଓ୍ବାନ କଲ୍ୟାଣ ସମେତ ଅଞ୍ଚଳବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଷ୍ଟାଡିୟମରେ ଦର୍ଶନ ପରେ ତାଙ୍କୁ ନିଜ ଘର କୁମ୍ଭାର ସାହି ନିଆଯାଇଛି । ସେଠାରୁ ଦର୍ଶନ ପରେ ତାଙ୍କୁ ପୁରୀ ସ୍ବର୍ଗଦ୍ବାର ନେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଗତ ମେ 23ରେ କଳ୍ପନା ଏଭରେଷ୍ଟ ଆରୋହଣ କରି ଫେରିବାବେଳେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ଆଗଧାଡ଼ିର ପର୍ବତାରୋହୀ ଥିଲେ । ରାଜ୍ୟ ତଥା ଦେଶ ପାଇଁ ସେ ଗର୍ବ ଆଣି ଦେଇଥିଲେ । ପେସାରେ ଓକିଲ ଥିବା କଳ୍ପନା ଏଭରେଷ୍ଟ ଶୃଙ୍ଗ ଚଢ଼ିବାରେ ରାଜ୍ୟର ପ୍ରଥମ । 2008ରେ ସେ ପ୍ରଥମ ଥର ପାଇଁ ପର୍ବତାରୋହଣ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details