ଓଡିଶା

odisha

ETV Bharat / briefs

ଭୁବନେଶ୍ବରରେ ପହଞ୍ଚିଲା କଳ୍ପନା ଦାସଙ୍କ ପାର୍ଥିବ ଶରୀର

କଳ୍ପନାଙ୍କ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡା ବିଭାଗ, ଅନେକ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

By

Published : Jun 2, 2019, 10:10 AM IST

Updated : Jun 2, 2019, 5:34 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଏଭରେଷ୍ଟ ବିଜୟୀନି କଳ୍ପନା ଦାସଙ୍କ ପାର୍ଥିବ ଶରୀର । ତେବେ ଗତକାଲି ତାଙ୍କ ମରଶରୀର ଆସିବାର ଥିଲେ ମଧ୍ୟ ଦିଲ୍ଲୀ ପହଞ୍ଚିବାରେ ବିଳମ୍ବ ଯୋଗୁଁ ଆସିପାରିନଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଣୁ ଆଜି ସକାଳ 7ଟାରେ ଦିଲ୍ଲୀରୁ ତାଙ୍କ ମରଶରୀର ଭୁବନେଶ୍ବର ଅଭିମୁଖେ ବାହାରିଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡା ବିଭାଗ, ଅନେକ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ସର୍ବସାଧାରଣଙ୍କ ଶେଷଦର୍ଶନ ନିମନ୍ତେ କଳ୍ପନାଙ୍କ ପାର୍ଥିବ ଶରୀରକୁ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ନିଆଯାଇଛି ।

ସୂଚନାଯୋଗ୍ୟଯେ ଗତ ମେ 23ରେ କଳ୍ପନା ଏଭରେଷ୍ଟରୁ ଫେରିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jun 2, 2019, 5:34 PM IST

ABOUT THE AUTHOR

...view details