ଓଡିଶା

odisha

ETV Bharat / briefs

ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଲେ ଜେଟଲୀ

କଂଗ୍ରେସ ମୁଖପାତ୍ର ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଟାର୍ଗେଟ କରିବା ପରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ନିଜ ବ୍ଲଗ ଏବଂ ଟ୍ବିଟରେ ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତାରେ ପ୍ରଶ୍ନ ଉଠାଇଛନ୍ତି । ବିନା ମାଷ୍ଟର ଡିଗ୍ରୀରେ ରାହୁଲ କେମିତି ଏମଫିଲ ପଢିଛନ୍ତି ତାର ଜବାବ ମାଗିଛନ୍ତି ।

ଫଟୋ ସୌଜନ୍ୟ :ସୋସିଆଲ ମିଡିଆ

By

Published : Apr 13, 2019, 3:17 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ଟାର୍ଗେଟ କରିବା ପରେ ଏବେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଜେଟଲୀ ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଜେଟଲୀ ନିଜ ଫେସବୁକ ବ୍ଲଗ 'ଇଣ୍ଡିଆନ୍ସ ଅପୋଜିଗିଂ ଇଜ ଅନ ଏ ରେଣ୍ଟ ଏ କଜ କ୍ୟାମ୍ପେନ'ରେ ଲେଖିଛନ୍ତି ଯେ, ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଅଣଦେଖା କରାଯାଉଛି । ଉକ୍ତ ମାମଲାକୁ ଜେଟଲୀ ଟ୍ବିଟ୍ ମଧ୍ୟ କରିଛନ୍ତି ।

ପ୍ରକାଶ ଯେ, 2004 ଏବଂ 2009 ଲୋକସଭାରେ ରାହୁଲ ଗାନ୍ଧୀ ଟ୍ରିନିଟି କଲେଜରୁ ଡେଭଲ୍ଫମେଣ୍ଟ ଇକୋନମିକ୍ସରେ ଏମଫିଲ କରିଛନ୍ତି ବୋଲି କହିଥିବା ବେଳେ 2014ରେ ଡେଭଲ୍ଫମେଣ୍ଟ ଷ୍ଟଡିଜରେ ଏମଫିଲ କରିଛନ୍ତି ବୋଲି କହିଥିଲେ । ତେବେ ରାହୁଲ ବିନା ମାଷ୍ଟର ଡିଗ୍ରୀରେ ସେ କେମିତି ଏମଫିଲ ପଢିଛନ୍ତି ତାର ଜବାବ ମାଗିଛନ୍ତି ।

ସୂଚନାରହିଛି ଯେ, ଆମେଥିରେ ସ୍ମୃତି ଇରାନୀ ନିଜର ନାମାଙ୍କର ପତ୍ର ଦାଖଲ କରିବା ବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଟାର୍ଗେଟ କରିଥିଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ।

For All Latest Updates

ABOUT THE AUTHOR

...view details