ଓଡିଶା

odisha

ETV Bharat / briefs

ରଥଯାତ୍ରା: ସୁରକ୍ଷା ନେଇ ପ୍ରତିକ୍ରିୟା ରଖିଲେ ଆଇଜି ସୌମେନ୍ଦ୍ର

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ବଡଦାଣ୍ଡି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 10ରୁ ଊର୍ଦ୍ଧ୍ବ ପୋଲସ ଫୋର୍ସ ମୁତୟନ ହୋଇଛନ୍ତି । ଏନେଇ ଆମ ସମ୍ବାଦଦାତା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଆଲେଚନା କରିଛନ୍ତି ।

By

Published : Jul 4, 2019, 8:41 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭକ୍ତି ଓ ଭାବରେ ପରିପୂର୍ଣ୍ଣ ଚର୍ତୁଦିଗ । ଅପେକ୍ଷା ମହାପ୍ରଭୁଙ୍କ ରଥ ବିଜେକୁ । ଭକ୍ତଙ୍କ ସୁରକ୍ଷାକୁ ଦଷ୍ଟିରେ ରଖି ବଡଦାଣ୍ଡରେ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା କରାଯାଇଛି ସେ ନେଇ ଆମ ସମ୍ବାଦଦାତା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶଙ୍କ ସହ ଆଲୋଚନା କରିଛନ୍ତି ।

ଭଗବାନଙ୍କ ସୁରୁଖୁରରେ ଦର୍ଶନ ପାଇଁ ବଡଦାଣ୍ଡରେ 10ରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରଥ ନିକଟରେ କ୍ରାଉଡ କଣ୍ଟ୍ରୋଲର ବ୍ୟବସ୍ଥା କରାଯିବା ସହ ମେଡିକାଲ ସିଷ୍ଟମର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ସକାଳ ନୀତିକାନ୍ତି ସରିଥିବାବେଳେ ରଥାରୂଢକୁ ଅପେକ୍ଷା ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସାଧାରଣ ଲୋକମାନଙ୍କ ଯେଭଳି ସମସ୍ୟାର ସାମ୍ନା କରିବାକୁ ନପଡେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ତେବେ କଡନ ଭିତର ଖାଲି ରଖିବାକୁ ଯଥା ସମ୍ଭବ ଚେଷ୍ଟା କରାଯିବା ସହ କଡନ ପାସଧାରୀଙ୍କୁ ସୁରୁଖୁରରେ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ କଡନ ଭିତରେ କିଛି ପୋଲିସ ଓ ଗଣମାଧ୍ୟମର କର୍ମଚାରୀ ନିୟୋଜିତ ରହିଛନ୍ତି । ଏନେଇ ଆମ ସମ୍ବାଦଦାତା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଆଲେଚନା କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୁରୀରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details