ଭୁବନେଶ୍ବର: ଚେନ୍ନାଇ-କୋଲକାତା ଯାଉଥିବା ଇଣ୍ଡିଗୋ-6E292 ବିମାନ ଜରୁରୀକାଳୀନ ଅବତରଣ କରିଛି । ଉକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ମାନସିକ ବିକାରଗସ୍ତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଅବତରଣର ନିଷ୍ପତ୍ତି ନେଇଥିଲେ ପାଇଲଟ୍ । ଅପରାହ୍ନ 3ଟା 17 ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଥିଲା ବିମାନ ।
ଇଣ୍ଡିଗୋ-6E292 ବିମାନର ଜରୁରୀକାଳୀନ ଅବତରଣ - AIRPORT
ଚେନ୍ନାଇ-କୋଲକାତା ଯାଉଥିବା ଇଣ୍ଡିଗୋ-6E292 ବିମାନ ଭୁବନେଶ୍ବରରେ ଜରୁରୀକାଳୀନ ଅବତରଣ କରିଥିଲା । ଜଣେ ମାନସିକ ବିକାରଗସ୍ତ ରୋଗୀଙ୍କ ପାଇଁ ବିମାନଟି ଅବତରଣର ନିଷ୍ପତ୍ତି ନେଇଥିଲା ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ କରିବା ବିମାନଟି ଅବତରଣ କରିଥିଲା । ପରେ ଉକ୍ତ ରୋଗୀଙ୍କୁ ଏୟାରପୋର୍ଟ ଆମ୍ବୁଲାନସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ