ଓଡିଶା

odisha

ETV Bharat / briefs

ଏପ୍ରିଲରେ କମିଛି କାର ବ୍ୟବସାୟ

ଭାରତୀୟ ବଜାରରେ କମିଛି କାର ବ୍ୟବସାୟ । ଏପ୍ରିଲ ମାସରେ ଏହି ବ୍ୟବସାୟ 20 ପ୍ରତିଶତରେ ପହଞ୍ଚିଛି । ତେବେ ଚଳିତ ବର୍ଷ ମାତ୍ର ଏକ ଲକ୍ଷ 60 ହଜାର 279ଟି ୟୁନିଟ ବିକ୍ରି ହୋଇଛି ।

By

Published : May 14, 2019, 12:00 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତୀୟ ବଜାରରେ କାର ବ୍ୟବସାୟରେ ହ୍ରାସ ଘଟୁଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ଏପ୍ରିଲ ମାସରେ 20 ପ୍ରତିଶତ କାର ବ୍ୟବସାୟ କମିଥିବା ଜଣାପଡ଼ିଛି । ତେବେ ମାତ୍ରାଧିକ ଋଣ ବୋଝ କାରଣରୁ ଏହି କାର ବ୍ୟବସାୟରେ ମାନ୍ଦା ପଡ଼ୁଥିବା ରିପୋର୍ଟରେ କୁହାଯାଇଛି ।

ସୋସାଇଟ ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍ଚର୍ସ(ସିଆମ) ପକ୍ଷରୁ ପ୍ରକାଶ ପାଇଥିବା କାର ବିକ୍ରି ଗତବର୍ଷ ଅପେକ୍ଷା 40 ହଜାରରୁ ଊର୍ଦ୍ଧ୍ବ ୟୁନିଟ କମିଛି । ଗତବର୍ଷ ଏପ୍ରିଲ ମାସ ସୁଦ୍ଧା 2 ଲକ୍ଷ 183ଟି ୟୁନିଟ ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ମାତ୍ର ଏକ ଲକ୍ଷ 60 ହଜାର 279 ୟୁନିଟ ବିକ୍ରି ହୋଇଛି ।

ତେବେ ଏହି ୟୁନିଟ ମଧ୍ୟରେ ପାସେଞ୍ଜର ଭେହିକିଲର ସବ ସେଗମେଣ୍ଟରେ 6.67 ପ୍ରତିଶତ ଖସି 73 ହଜାର 854 ୟୁନିଟ ବିକ୍ରି ହୋଇଥିବାବେଳେ ଭ୍ୟାନ କ୍ୟାଟାଗୋରୀ ଗାଡ଼ି ଗୁଡ଼ିକ ବିକ୍ରି ମଧ୍ୟ କମିଛି । ଏହି କ୍ୟାଟାଗୋରୀରେ ଏପ୍ରିଲ ସୁଦ୍ଧା 13 ହଜାର 408ଟି ୟୁନିଟ ବିକ୍ରି ହୋଇଥିବା ସୂଚନା ମିଳିଛି । ବ୍ୟବସାୟିକ ଭିତ୍ତିରେ ବିକ୍ରି ହେଉଥିବା ଗାଡ଼ି ଗୁଡ଼ିକ ବିକ୍ରିରେ ମଧ୍ୟ ହ୍ରାସ ଘଟିଥିବା ସିଆମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ସେହିପରି ଦୁଇ ଚକିଆ ଯାନ ବିକ୍ରିରେ ମଧ୍ୟ ହ୍ରାସ ଘଟିଛି । ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା 16.36 ପ୍ରତିଶତ ହ୍ରାସ ଘଟି ମୋଟ 1638388 ୟୁନିଟ ବିକ୍ରି ହୋଇଛି ।

For All Latest Updates

ABOUT THE AUTHOR

...view details