ଓଡିଶା

odisha

By

Published : May 17, 2019, 7:34 PM IST

ETV Bharat / briefs

'ଫନି' ଘରଭଙ୍ଗା କ୍ଷତିପୂରଣ ନେଇ ଗାଇଡ୍ ଲାଇନ୍ ଜାରି

'ଫନି' ପ୍ରଭାବିତ ଅଞ୍ଚଳରେ କ୍ଷତିପୂରଣ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' ପ୍ରଭାବିତ ଅଞ୍ଚଳରେ କାହାକୁ ମିଳିବ କ୍ଷତିପୂରଣ । କଣ ରହିଛି ପ୍ରଶାସନିକ ମାପଦଣ୍ଡ । ଏନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଗତ 15 ତାରିଖରୁ ରାଜ୍ୟର ସବୁ ପଞ୍ଚାୟତରେ ଘରଭଙ୍ଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଗୋଟିଏ ସପ୍ତାହ ମଧ୍ୟରେ ସରିବାକୁ ଧାର୍ଯ୍ୟ କରାଯାଇଛି । ସ୍ୱଚ୍ଛତା ପାଇଁ ସବୁ ଭଙ୍ଗା ଘରେ ଜିଓ ଟ୍ୟାଗ୍ ଲାଗିବ। ବିଭାଗ ପକ୍ଷରୁ 'ଆମ ଘର' ଆପ୍ ଜରିଆରେ ଜିଓ ଟ୍ୟାଗ୍ ଫଟୋ ସଂଯୋଗ କରାଯିବ । ପ୍ରଶାସନିକ କ୍ଷେତ୍ରରେ ଯାଞ୍ଚ କରିବା ପରେ ରାଜସ୍ୱ ବିଭାଗ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରିବେ ।

ତେବେ ଜିଲ୍ଲାପାଳ ଚାହିଁଲେ ପଞ୍ଚାୟତିରାଜ କିମ୍ବା ଅନ୍ୟ ବିଭାଗର ଅଧିକାରୀଙ୍କୁ ଏଥିରେ ନିୟୋଜିତ କରି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିପାରିବେ । ସ୍ଥାନୀୟ ଯୁବକ, ଯୋଗାଣ ସହାୟକ, ବିଜୁ ଯୁବ ବାହିନୀ ସଦସ୍ୟ, ସିଆରପିକୁ ବ୍ୟବହାର କରାଯିବ । ଜିଓ ଟ୍ୟାଗିଂ ବାବଦକୁ ପ୍ରତି ଘର ପିଛା 50 ଟଙ୍କା ମଧ୍ୟ ଦିଆଯିବ । ଏସବୁର ତଥ୍ୟ ରାଜ୍ୟ ସରକାରଙ୍କ ରୁରାଲ ହାଉସିଂ ପୋର୍ଟାଲରେ ସଂରକ୍ଷିତ ରହିବ । ମେ' 31 ସୁଦ୍ଧା ସବୁ ହିତାଧିକାରୀଙ୍କୁ ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଜବ କାର୍ଡ ଅନଲାଇନରେ ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details