ଓଡିଶା

odisha

By

Published : May 23, 2021, 7:20 PM IST

ETV Bharat / briefs

ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଶ୍ରୀଲଙ୍କା ଖେଳାଳି କୋରୋନା ସଂକ୍ରମିତ

ମ୍ୟାଚ ଆରମ୍ଭର ମାତ୍ର କିଛି ଘଣ୍ଟା ପୂର୍ବରୁ ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କ କୋଭିଡ-19 ରିପୋର୍ଟ ପଜିଟିଭ । ଅଧିକ ପଢନ୍ତୁ...

Sri lanka
Sri lanka

ଢାକା:ଟି20 ଲିଗ ସମେତ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ କୋରୋନାର ଏଣ୍ଟ୍ରି । ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବାନେଇ ସୂଚୀ ରହିଥିଲା । ମାତ୍ର ମ୍ୟାଚ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଛି । ଫଳରେ ଉଭୟ ଦେଶ ମଧ୍ୟରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ନେଇ ଆଶଙ୍କା ବଢିଛି ।

ଏହି ଦିନିକିଆ ସିରିଜ ୱାର୍ଲ୍ଡ କପ ସୁପର ଲିଗ ଅନ୍ତର୍ଭୁକ୍ତ ସିରିଜ । ତେବେ ଭ୍ରମଣକାରୀ ଟିମର ଦୁଇ ଜଣ ଖେଳାଳି ଓ ଜଣେ କୋଚ ସଂକ୍ରମିତ ଚିହ୍ନଟ ହେବା ଆୟୋଜକ ବାଂଲାଦେଶର ଚିନ୍ତା ବଢାଇଛି ।

ପୂର୍ବରୁ ମେ 10ରେ ଦୁଇ ଶ୍ରୀଲଙ୍କା ଖେଳାଳି, ଅଲରାଉଣ୍ଡର ଧନଞ୍ଜୟ ଲକ୍ଷ୍ୟନ ଓ ଇଶାନ ଜୟରତ୍ନେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ଉଭୟ ଖେଳାଳି ଇଂଲଣ୍ଡ ବିପକ୍ଷ 28 ଜଣିଆ ସ୍କ୍ବାଡର ମଧ୍ୟ ସଦସ୍ୟ ଥିଲେ । ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ 14 ଦିନ କ୍ବାରେଣ୍ଟିନରେ ରଖାଯାଇଥିଲା ।

ବାଂଲାଦେଶ ଗସ୍ତ ଶେଷ କରିବା ପରେ ଶ୍ରୀଲଙ୍କା ଖେଳାଳି ଇଂଲଣ୍ଡ ଅଭିମୁଖେ ଗସ୍ତ କରିବେ ଓ 3ଟି ଦିନିକିଆ ଓ ସମାନ ସଂଖ୍ୟକ ଟି20 ମ୍ୟାଚ ଖେଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details