ଓଡିଶା

odisha

ETV Bharat / briefs

ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ଘଟଣା, ଜଣେ ଗିରଫ

ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ପ୍ରେଗନାନ୍ସି ଟେଷ୍ଟରେ ସ୍ମାର୍ଟସିଟିରେ ଏକ ସରକାରୀ ସ୍କୁଲର ଏସଇଏସଟି ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମନାକୁ ଆସିଛି । ଏଥିରେ 101 ଜଣ ଛାତ୍ରୀଙ୍କ ପ୍ରେଗନାନ୍ସି ଟେଷ୍ଟ କରାଯାଇଥିଲା । ଯେଉଁଥିରେ 3 ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୁନଃ ଟେଷ୍ଟ କରାଯାଇଥିଲା । ଏଥିରେ ଜଣଙ୍କର ପଜିଟିଭ୍ ଆସିଥିଲା । ଘଟଣାକୁ 3 ଦିନ ବିତିଯାଇଥିବାବେଳେ କମିଶନରେଟ ପୋଲିସ ଏନେଇ ଜଣେ ନାବାଳକକୁ ସାଲିଆ ସାହିରୁ ଗିରଫ କରି ପଚରା ଉଚରା ଜାରି କରିଛି ।

By

Published : Jul 1, 2019, 4:24 PM IST

Updated : Jul 1, 2019, 11:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ପଦାକୁ ଆସିଲା ଛାତ୍ରୀ ହଷ୍ଟେଲର ନଗ୍ନ ଚିତ୍ର । ସ୍ମାର୍ଟସିଟିର ସରକାରୀ ଏସଇଏସଟି ସ୍କୁଲ ଛାତ୍ରୀନିବାସରେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ପ୍ରେଗନାନ୍ସି ଟେଷ୍ଟରେ ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଏମଏଚଟି ବାଲିପାଟଣା ପକ୍ଷରୁ ଗତ ୨୮ରେ କରାଯାଇଥିବା ଏହି ଟେଷ୍ଟରେ 101 ଜଣ ଛାତ୍ରୀଙ୍କ ପ୍ରେଗନାନ୍ସି ଟେଷ୍ଟ କରାଯାଇଥିଲା । ଏନେଇ ଜଣେ ନାବାଳକକୁ ସାଲିଆ ସାହିରୁ ଗିରଫ କରି ପଚରା ଉଚରା ଜାରି କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ୨୦ ବର୍ଷିୟ ଯୁବକ ବୁଧାଣୁ ମୁର୍ମୁ । ଯୁବକ ଜଣକ ଛାତ୍ରୀଙ୍କୁ ରଜ ମୌକାରେ ବିଭିନ୍ନ ଜିନିଷ ଓ ପଇସାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଟେଷ୍ଟରେ 3 ଜଣ ଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବାବେଳେ ଏହାର ପୁନଃଟେଷ୍ଟ କରାଯାଇଥିଲା । ତେବେ ଜଣଙ୍କର ପଜିଟିଭି ଥିବା ଜଣାପଡ଼ିଛି । ଘଟଣାକୁ ତିନି ଦିନ ବିତି ଯାଇଥିବାବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଏହାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ତାଙ୍କ ପାଖକୁ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ଖରା ଛୁଟିରେ ନିଜ ନିଜ ଗାଁକୁ ଯାଇଥିଲେ ଉକ୍ତ ଛାତ୍ରୀ । ଆଉ ଛୁଟିରୁ ଫେରିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ଏଭଳି ରିପୋର୍ଟ ଆସିଛି। ଆଉ ପୁରା ଘଟଣା ସମ୍ପର୍କରେ ତଦନ୍ତ ନିର୍ଦେଶ ଦେଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଚାଇଲ୍ଡ ଲାଇନ ଅଧ୍ୟକ୍ଷ କହିଛନ୍ତି ଏଭଳି ଘଟଣା ପରେ ତୁରନ୍ତ ଅଭିଯୋଗ ହେବା କଥା। ପୋଲିସ ନିକଟରେ ଅଭିଯୋଗ ହେଲେ ଦୁଇଟି ଦିଗରୁ ତଦନ୍ତ ହୋଇପାରିବ । ଯଦି ଛାତ୍ରୀ ଜଣକ ହଷ୍ଟେଲରେ ଥିବା ସମୟରେ ଏଭଳି ଘଟଣାର ଶିକାର ହୋଇଛି ତେବେ ଏଥିପାଇଁ ହଷ୍ଟେଲ ୱାର୍ଡେନ ଠୁ ଆରମ୍ଭ କରି ସ୍କୁଲର ଦାୟିତ୍ବରେ ଥିବା ହେଡମାଷ୍ଟର ମଧ୍ୟ ତଦନ୍ତ ପରିସରକୁ ଆସିବେ । ଏଥିସହିତ ଅଭିଯୁକ୍ତକୁ ଆପିସିର ଧାରା ୩୭୬(୨)(n)(୩), ପକ୍ସୋ ଆକ୍ଟର ଧାରା ୬ରେ ୨୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ଦଣ୍ଡାଦେଶ ରହିଛି। ଯଦି ସ୍କୁଲରେ ନ ହୋଇଥାଏ ତେବେ ପକ୍ସୋ ଆକ୍ଟର ଧାରା ୪ରେ ଆଜୀବନ କାରାଦଣ୍ଡ ଭଳି ଦଣ୍ଡ ବିଧାନ ରହିଛି ।


ତେବେ ଏହି ଘଟଣାକୁ ନେଇ ବିଭିନ୍ନ ସ୍ତରରେ ବେଶ ଚର୍ଚ୍ଚା ଜୋର ଧରିଛି । ଘଟଣାକୁ ଜାଣିଶୁଣି ଚାପି ଦିଆଯାଉଛି ନା ରିପୋର୍ଟ ଭୁଲ ରହିଛି ତାହା ତଦନ୍ତ ସାପେକ୍ଷ ।


ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 1, 2019, 11:32 PM IST

ABOUT THE AUTHOR

...view details