ଓଡିଶା

odisha

ETV Bharat / briefs

ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗର ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି

ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 40ଡିଗ୍ରୀରୁ ଊର୍ଦ୍ଧ୍ବ ରହିଛି । ଏପଟେ ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ହିଟ ୱେଭ ୱାର୍ଣ୍ଣିଂ ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 25, 2019, 8:59 PM IST

ଭୁବନେଶ୍ବର: ଜାରି ହେଲା ହିଟ ୱେଭ ୱାର୍ଣ୍ଣିଂ ।ଶନିବାର ଠାରୁ ରାଜ୍ୟରେ ହେବ ଅସହ୍ୟ ତାତି, ଏଭଳି ପୂର୍ବାନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ । ଆଜିଠାରୁ ଆସନ୍ତା 28 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ: ଉଗ୍ରବାଦୀଙ୍କ ଆକ୍ରମଣରେ 2 ଯବାନ ଶହୀଦ


ଗତକାଲି(ଶୁକ୍ରବାର)ର ରେକର୍ଡ ଅନୁସାରେ ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 40ଡିଗ୍ରୀରୁ ଊର୍ଦ୍ଧ୍ବ ରହିଥିଲା । ତେବେ ଟିଟିଲାଗଡରେ ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ଅନେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details