ଓଡିଶା

odisha

ETV Bharat / briefs

ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଇସ୍ପାତନଗରୀ

ଅସହ୍ୟ ତାତି ସାଙ୍ଗକୁ ଝାଞ୍ଜି ପବନ ରାଉରକେଲାବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଦିନ 10ଟା ପରେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇବାକୁ ସହରରେ ଲାଗିଥିବା ଆଖୁ ରସ, ଲସି, ସରବତ, ତରୁଭୂଜ ଆଦି ଦୋକାନ ସାମନାରେ ଜମୁଛି ଲୋକଙ୍କ ଭିଡ । ସେପଟେ ଅଂଶୁଘାତରେ ଅସୁସ୍ଥ ହେଉଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି ।

By

Published : Apr 30, 2019, 3:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜ୍ୟରେ ବଢି ଚାଲିଛି ଖରା ସାଙ୍ଗକୁ ଅସହ୍ୟ ତାତି । ଆଉ ଏହି ତାତିର ପ୍ରକୋପରେ ଜଳୁଛି ଇସ୍ପାତନଗରୀ । ବିଶ୍ଵ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଉରକେଲା ସହରରେ ଗ୍ରୀଷ୍ମ ଆରମ୍ଭରୁ ପାରଦ 43 ଡିଗ୍ରୀ ଉପରେ ରହିଛି । ଅସହ୍ୟ ତାତି ସାଙ୍ଗକୁ ଝାଞ୍ଜି ପବନ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦିନ 10ଟା ପରେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇବାକୁ ସହରରେ ଲାଗିଥିବା ଆଖୁ ରସ, ଲସି, ସରବତ, ତରୁଭୂଜ ଆଦି ଦୋକାନ ସାମନାରେ ଜମୁଛି ଲୋକଙ୍କ ଭିଡ । ମୃଦୁ ପାନୀୟ ଜଳ ପିଇବା ପାଇଁ ରାସ୍ତା କଡରେ ବସିଥିବା ଏହି ବେପାରୀଙ୍କ ପାଖରେ ବେଶ ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଖରା ଦାଉରୁ ବଞ୍ଚିବା ପାଇଁ ଲୋକମାନେ ମୁଁହରେ ଧଳା କପଡା, ଛତା, ଜୋତା, କଳା ଚଷମା ଆଦିର ବ୍ୟବହାର କରୁଛନ୍ତି ।

ସେପଟେ ବିଭିନ୍ନ ବେସରକାରୀ ସଂସ୍ଥା ଗୁଡିକ ପକ୍ଷରୁ ବିଭିନ୍ନ ଜାଗାରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ସେହିପରି ସହରର ମହାନଗର ନିଗମ ତରଫରୁ 20ଟି ଜାଗାରେ ଜଳଛତ୍ର ଖୋଲାଯାଇଛି । ଏଥିସହିତ ଅଂଶୁଘାତରେ ଅସୁସ୍ଥ ହେଉଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details