ଭୁବନେଶ୍ବର:ଜେଲ ଅନ୍ତେବାସୀଙ୍କ ପାଇଁ ଜାରି ହେଲା ନୂଆ କୋଭିଡ ଗାଇଡଲାଇନ। ଜେଲରେ ଅନ୍ତେବାସୀ ମାନେ ପିନ୍ଧିବେ ମାସ୍କ। ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନରେ ରହି ହେବେ ଚିକିତ୍ସିତ। ଭିଡିଓ କନଫରେନ୍ସରେ ଶୁଣାଣି ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।
କରୋନା ମହାମାରୀ ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ଜେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ। ଜେଲ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ କଏଦୀ ହାତକୁ ବାରମ୍ବାର ସାନିଟାଇଜ କରିବେ ସେନେଇ ସେମାନଙ୍କୁ ସତର୍କ ଓ ସଚେତନ କରାଇବା ଅବଶ୍ୟକ। ଯଦି କୌଣସି କାରଣରୁ କଏଦୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କିଭଳି ଅନ୍ୟତ୍ର ରଖାଯିବ ସେନେଇ ବ୍ୟବସ୍ଥା କରାଯିବ ।