ବାଲେଶ୍ବର: ଜିଲ୍ଲାର ଖଇରା ଅଞ୍ଚଳରେ ଅଘଟଣ । ବାଇକ୍ ଧକ୍କାରେ ଜଣେ ଦିବ୍ୟାଙ୍ଗ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଉଛି ଅବିନାଶ ଖଣ୍ଡେଲୱାଲ ।
ସୂଚନାନୁସାରେ, ଅବିନାଶ ତୁଡିଗଡିଆ ବଜାରରେ ନିଜ ସାଇକେଲରେ କୌଣସି କାମ ପାଇଁ ଯାଇଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ଅବିନାଶ ତଳେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ ।