ଓଡିଶା

odisha

ETV Bharat / briefs

ରାଜ୍ୟ ସରକାର ନିଜ ପ୍ରତିଶୃତି ରଖନ୍ତୁ: ଗୁଲାମନବୀ - flood areas

ପୁରୀ ଓ କୋଣାର୍କର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ସାମ୍ବାଦିକଙ୍କ ସହ ଆଲୋଚନା କଲେ କଂଗ୍ରେସ ନେତା ଗୁଲାମନବୀ । ସରକାର ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରି ଲୋକମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 10, 2019, 11:10 PM IST

ଭୁବନେଶ୍ୱର: ବାତ୍ୟା ଫନି ପରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ମଧ୍ୟ ମିଳୁନାହିଁ । ଯାହାର ପ୍ରତିବାଦ କରି ବାରମ୍ବାର ରାଜରାସ୍ତା ବନ୍ଦ କରୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସରକାର ଦେଇଥିବା ନିଜର ପ୍ରତିଶ୍ରୁତିକୁ ରକ୍ଷା କରି ଲୋକମାନଙ୍କୁ ସହାୟତା ପ୍ରଦାନ କରିବାକୁ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶୁକ୍ରବାର ପୁରୀ ଓ କୋଣାର୍କର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ସାମ୍ବାଦିକଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ ସେ । ଗୁଲାମନବୀଙ୍କ କହିବାନୁଯାୟୀ, ଅନେକ ସ୍ଥାନରେ ଲୋକମାନେ ଖାଇବାକୁ ପାଉନଥିବା ବେଳେ କେତେକ ସ୍ଥାନରେ ସରକାର କହିଥିବା 2000 ହଜାର ଟଙ୍କାର ସହାୟତା ଓ 50 କିଲୋ ଚାଉଳ ମିଳୁନାହିଁ । ଏ ପର୍ଯ୍ୟନ୍ତ ବିଜୁଳି ସେବା ଠିକ ହୋଇ ନଥିବାରୁ ଲୋକମାନେ ଗରମରେ ଡହଳ ବିକଳ ହେଉଛନ୍ତି । ତେଣୁ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଅନ୍ୟପଟେ ବାତ୍ୟା ଯୋଗୁଁ ଟେଲିଫୋନ ନେଟୱାର୍କ କାମ କରୁନଥିବା ବେଳେ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ନାନା ସମସ୍ୟା ଉପୁଜୁଛ । ଆଗକୁ ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହିତ କଥାବାର୍ତ୍ତା କରିବେ ବୋଲି ଆଜାଦ୍ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details