ବଲାଙ୍ଗୀର: ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ବଲାଙ୍ଗୀର ଜିଲ୍ଲାର ଏକମାତ୍ର ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ମନ୍ତ୍ରୀ ହେବାପରେ ଆଜି ପ୍ରଥମଥର ବଲାଙ୍ଗୀର ଗସ୍ତରେ ଆସିଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତରେ ବଲାଙ୍ଗୀର ବିଜେଡି ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବାଇକ ରାଲିରେ ତାଙ୍କୁ ସହର ପରିକ୍ରମା କରାଯାଇଥିଲା ।
ସେହିପରି ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ତାଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି ।