ଓଡିଶା

odisha

ETV Bharat / briefs

ରକ୍ଷା ପ୍ରସ୍ତୁତିରେ ପ୍ରତିବନ୍ଧକ ସାଜିବ ନାହିଁ ବଜେଟ୍: ରାଜନାଥ ସିଂହ

ଦେଶର ସୁରକ୍ଷାକୁ ନେଇ କୌଣସି ବୁଝାମଣା ହେବନାହିଁ । ଏପରିକି ବଜେଟ ମଧ୍ୟ ଦେଶ ରକ୍ଷାରେ କୌଣସି ପ୍ରତିବନ୍ଧକ ସାଜିବ ନାହିଁ ବୋଲି କହିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ଫାଇଲ ଫଟୋ

By

Published : Jun 25, 2019, 2:45 PM IST


ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କୌଣସି ବୁଝାମଣା ହେବ ନାହିଁ । ଏପରିକି ବଜେଟ ମଧ୍ୟ ଦେଶ ରକ୍ଷାରେ କୌଣସି ପ୍ରତିବନ୍ଧକ ସାଜିବ ନାହିଁ । ରାଜ୍ୟସଭାର ପ୍ରଶ୍ନକାଳରେ ଉତ୍ତର ଦେବାକୁ ଯାଇ ଏପରି କହିଥିଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ସୁରକ୍ଷା କ୍ଷେତ୍ରରେ ଆବଣ୍ଟିତ ବଜେଟର ବ୍ୟବହାର କରାଯାଉନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଂହ । ବାସ୍ତବରେ ଆବଣ୍ଟିତ ବଜେଟରୁ ଅଧିକ ରାଶି ଏଥିରେ ବିନିଯୋଗ କରାଯାଇଛି । ଉଭୟ ସାଧାରଣ ଏବଂ ଆକସ୍ମିକ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ସରକାର ସେନା ମୁଖ୍ୟାଳୟକୁ ଗତ 4 ବର୍ଷରେ(2015-19) ଦୀର୍ଘକାଳୀନ ବିତ୍ତୀୟ ଶକ୍ତି ପ୍ରଦାନ କରିଥିଲେ । ଯାହାଫଳରେ ସେନାକୁ ନିଷ୍ପତ୍ତି ନେବାରେ ସହଜ ହେବା ସହ ରକ୍ଷା କ୍ଷେତ୍ରରେ ଆବଣ୍ଟିତ ବଜେଟର ସମ୍ପୂର୍ଣ୍ଣ ଏବଂ ଅଧିକ ଉପଯୋଗ ହୋଇପାରିଥିଲା ।

ABOUT THE AUTHOR

...view details