ଓଡିଶା

odisha

ETV Bharat / briefs

ଫନି ଫଣାରୁ ବର୍ତ୍ତିବା ପାଇଁ ତୟାର ପ୍ରଶାସନ, ଜାଣନ୍ତୁ କେଉଁ ବିଭାଗକୁ କେଉଁ ଦାୟିତ୍ବ - FIRE

ଫନି ଫଣାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାପାଇଁ ଜଳ, ସ୍ଥଳ ଓ ଆକାଶରେ ମୁତୟନ ଉଦ୍ଧାରକାରୀ ଦଳ ।

ଫାଇଲ ଫଟୋ

By

Published : May 2, 2019, 9:24 PM IST

Updated : May 2, 2019, 10:35 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିର ମୁକାବିଲା ପାଇଁ ଶାସନ ଓ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗକୁ ଆର୍ଲଟ କରି ଦିଆଯାଇଛି । ଯେମିତି ବାତ୍ୟା ଫନି ନିଜ ଫଣାରେ ରାଜ୍ୟର ଧନ ଜୀବନ କ୍ଷୟକ୍ଷତି ନକରେ ସେଥିପାଇଁ ରାଜ୍ୟ ପ୍ରଶାସନର ସବୁ ବିଭାଗକୁ ଦାୟିତ୍ବ ଦିଆଯାଇଛି । ଏହାସହ ଜଳ, ସ୍ଥଳ ଓ ଆକାଶରେ ପୁରା ପୋଜିସନ ନେଇ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ । ଏପଟେ ଫନି ତାଣ୍ଡବ ପରେ ଯେମିତି ରାଜ୍ୟର ସ୍ବାଭାବିକ ସ୍ଥିତି ବିଗିଡି ନଯାଏ ସେଥିପାଇଁ ବିଭାଗ ଦାୟିତ୍ବ ବଣ୍ଟନ କରିଛି ।


କେଉଁ ଉଦ୍ଧାରକାରୀ ଦଳଙ୍କୁ କେଉଁଠି କେତେ ପରିମାଣରେ ମୁତୟନ କରାଯାଇଛି

ଜିଲ୍ଲାଓଡ୍ରାଫଏନଡିଆରେଫଅଗ୍ନିଶମ

  1. ପୁରୀ 02 03 39
  2. ଜଗତସିଂପୁର 02 03 26
  3. କେନ୍ଦ୍ରାପଡା 02 03 33
  4. ବାଲେଶ୍ବର 02 02 35
  5. ଭଦ୍ରକ 02 02 30
  6. ଗଞ୍ଜାମ 01 02 78
  7. ଖୋର୍ଦ୍ଧା 01 02 24
  8. ଯାଜପୁର 01 02 35
  9. ନୟାଗଡ 01 01 -
  10. କଟକ 01 01 64
  11. ଗଜପତି 01 01 24
  12. ମୟୁରଭଞ୍ଜ 01 01 79
  13. ଢେଙ୍କାନାଳ - 01 -
  14. କେଉଁଝର - 01 -

15. ଭୁବନେଶ୍ବର 01 - 25

ଏଥିସହ 02 ଟି ଓଡ୍ରାଫ ଓ 03 ଟି ଏନଡିଆରେଫ ଟିମ୍ କୁ ସଜାଗ ରଖାଯାଇଛି ଆବଶ୍ୟକ ସ୍ଥଳେ ଏମାନଙ୍କୁ ବ୍ୟବହାର କରାଯିବ ।

ଫନି ମୁକାବିଲା ପାଇଁ କେଉଁ ବିଭାଗକୁ କେଉଁ ଦାୟିତ୍ବ:

  • ଆଦିବାସୀ ଜନଜାତି ବିଭାଗ ଦାୟିତ୍ବ ହେଉଛି ସମସ୍ତ ଶିକ୍ଷାନୁଷ୍ଠାନ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍କୁଲ ଗୁଡିକୁ ବନ୍ଦ ରଖିବେ । ଏହାସହ ସମସ୍ତ ଆବାସିକ ଛାତ୍ରବାସର ସୁରକ୍ଷା ବ୍ୟବସ୍ଥା କରିବେ ।
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଦାୟିତ୍ବ ହେଉଛି ଫନି ପରେ ପରେ ଯେମିତି ପାନୀୟ ଜଳର ସମସ୍ୟା ନହୁଏ ସେଥିପାଇଁ 166 ଟ୍ୟାଙ୍କର ପ୍ରସ୍ତୁତ ରଖାଯାଇଥିବା ବେଳେ ଆଉ 42 ଗୋଟି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ବିଭାଗକୁ କୁହାଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ବିଛିନ୍ନ ହେବା ଆଶଙ୍କା ଥିବାରୁ ବିଜୁଳି ପାଇଁ 101 ଡିଜି ବ୍ୟବସ୍ଥା କରିବ ବିଭାଗ ।
  • ପର୍ଯ୍ୟଟନ ବିଭାଗର ଦାୟିତ୍ବ ହେଉଛି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେମିତି କୌଣସି ପର୍ଯ୍ୟଟକ ନରୁହନ୍ତି ତାହା ସୁ- ନିଶ୍ଚିତ କରିବେ ଏବଂ ପରିସ୍ଥିତିରେ ସୁଧାର ନ ଆସିବା ଯାଏଁ ଏହା ଉପରେ ନଜର ରଖିବେ ।
  • ମିଶନ ଶକ୍ତି ବିଭାଗ କାମ ହେଉଛି ସମସ୍ତ ଶୁଖିଲା ଖାଦ୍ୟ ଯାହା ଛତୁଆ, ଅଣ୍ଡା ସବୁ ପ୍ରଭାବିତ ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଗ୍ରିମ 7 ଦିନ ପାଇଁ ବଣ୍ଟନ କରିବେ ।
  • ଗ୍ରାମ୍ୟ ଉନ୍ନୟନ ବିଭାଗ ଫନି ପରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନଃ ନିର୍ମାଣ କରିବେ ।
  • ଶକ୍ତି ବିଭାଗ ବିଦ୍ୟୁତ ସରବରାହ ପାଇଁ ଆବଶ୍ୟକ ମାନବ ସମ୍ବଳ ଯୋଗାଇବା ସହ ସମସ୍ତ ବିଦ୍ୟୁତ ସରଞ୍ଜାମ ବ୍ୟବସ୍ଥା କରିବେ ।
  • ପୁର୍ତ୍ତ ବିଭାଗ ଯେମିତି କୌଣସି ଷ୍ଟ୍ରଙ୍ଗରୁମରେ ପାଣି ଭର୍ତ୍ତି ନହୁଏ ତାର ପ୍ରତିକାର କରିବ ।
  • ସେହିପରି ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଟିମ ଗଠନ କରି ସମସ୍ତ ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 2, 2019, 10:35 PM IST

For All Latest Updates

ABOUT THE AUTHOR

...view details