ଓଡିଶା

odisha

ETV Bharat / briefs

ରଜ ମଉଜ: ପରସ୍ପରକୁ ଟକ୍କର ଦେବେ 3ଟି ଓଡିଆ ଫିଲ୍ମ

ସାରା ରାଜ୍ୟ ରଜ ପାଳନ କରୁଥିବାବେଳେ ଫିଲ୍ମ ଫ୍ରାଇଡେରେ ରଜ ସଜବାଜ ହୋଇ ସିନେମା ହଲରେ ଦର୍ଶକଙ୍କ ଭିଡ । ସତେ ଯେମିତି ଫିଲ୍ମ ନଦେଖିଲେ ସ୍ମାର୍ଟ ସିଟିବାସୀଙ୍କ ପାଇଁ ଫିକା ପଡିଯିବ ରଜ ।

By

Published : Jun 14, 2019, 11:33 AM IST

ଫାଇଲ ଫଟୋ

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ରଜ ସେଲିବ୍ରେସନ୍ । ରଜ ମାହେଲାରେ ସହରବାସୀଙ୍କ ପାଇଁ ଏକାସାଙ୍ଗରେ ପରଦାରେ ରିଲିଜ ହେବାକୁ ଯାଉଛି 3ଟି ଓଡିଆ ରେମାଣ୍ଟିକ୍ ଫିଲ୍ମ ।

ଆଜି ସାରା ରାଜ୍ୟ ରଜ ପାଳନ କରୁଥିବାବେଳେ ସଜବାଜ ହୋଇଛି ସ୍ମାର୍ଟ ସିଟି । ସେପଟେ ଫିଲ୍ମ ଫ୍ରାଇଡେ ଥିବାରୁ ସିନେମା ହଲରେ ଦର୍ଶକଙ୍କ ଭିଡ । ସତେ ଯେମିତି ଫିଲ୍ମ ନଦେଖିଲେ ସ୍ମାର୍ଟ ସିଟିବାସୀଙ୍କ ପାଇଁ ଫିକା ପଡିଯିବ ରଜ ।

ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ ଗୁଡିକରେ 3ଟି ଫିଲ୍ମ ମୁହାଁମୁହିଁ ହୋଇଛନ୍ତି । କମେଡି କିଙ୍ଗ୍ ପପୁ ପମପମଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଚିରକୁଟ', ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭି ବ୍ୟାନରେ ନିର୍ମିତ ଚଳଚ୍ଚିତ୍ର 'ତୁ ମୋ ଲଭ୍ ଷ୍ଟୋରୀ-2', ଏବଂ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରେ ନିର୍ମିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଗୋଲମାଲ ଲଭ୍' ପରଦାରେ ରିଲିଜ୍ ହୋଇ ପରସ୍ପରକୁ ଟକ୍କର ଦେବେ ।

ସେହିପରି 'ଗୋଲମାଲ ଲଭ୍'ରେ ଓଲିଉଡର ରୋମାଣ୍ଟିକ ହିରୋ ବାବୁସାନଙ୍କ ସହ ଅଭିନେତ୍ରୀ ତମନ୍ନା ନଜର ଆସୁଥିବା ବେଳେ 'ତୁ ମେ ଲବ ଷ୍ଟୋରୀ-2'ରେ ପୂର୍ବରୁ ହିଟ୍ ହୋଇଥିବା ଓଲିଉଡର ନୂଆ ଯୋଡ଼ି ସୁରଜ ଓ ଭୂମିକା ନଜର ଆସୁଛନ୍ତି । ପପୁଙ୍କ ନିର୍ଦ୍ଦେଶିତ ଚିରକୁଟ୍ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ପରଦାରେ ନିଜର ଅନସ୍କ୍ରିନ କେମେଷ୍ଟ୍ରୀ ଦେଖାଇବେ ନବାଗତ ଅରେଜିତ୍ ଓ ଅନନ୍ୟା । ତେବେ ରଜ ବଜାରରେ କେଉଁ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁ ଦମଦାର ଆୟ କରିବ ତାହା ଦେଖିବାକୁ ମିଳିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details