ଓଡିଶା

odisha

ETV Bharat / briefs

'ଫନି' ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍

'ଫନି'ର ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ । ଆବଶ୍ଯକ ସାମଗ୍ରୀ ସହ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଉଛି । ବିହାରରୁ ଏକ 40 ଜଣିଆ ଟିମ୍ ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବାକୁ ଆନନ୍ଦପୁର ସବଡିଭିଜନରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : May 2, 2019, 11:57 AM IST

କେନ୍ଦୁଝର: ସାମୁଦ୍ରିକ ବାତ୍ୟା 'ଫନି'ର ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ । ପାଣିପାଗର ପୂର୍ବାନୁମାନ ପରେ ରାଜ୍ୟ ସରକାର ଏନେଇ ଆଗୁଆ ପ୍ରସ୍ତୁତି କରିସାରିଛନ୍ତି । 'ଫନି' ଦ୍ୱାରା ପ୍ରଭାବିତ ଏବଂ ସାମୟିକ ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏଥିସହିତ ପ୍ରାରମ୍ଭିକ କ୍ଷୟକ୍ଷତିକୁ କିପରି ସୁଧାରି ହେବ ସେନେଇ ମଧ୍ୟ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଆବଶ୍ଯକ ସାମଗ୍ରୀକୁ ମଧ୍ୟ ମହଜୁଦ ରଖାଯାଇଛି । ଖାଲି ସେତିକି ନୁହେଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ମଧ୍ୟ କରାଯାଉଛି । ଫନିର ତୀବ୍ରତାକୁ ଦେଖି ଏନଡିଆରଏଫ ଟିମ କେନ୍ଦୁଝର ଜିଲ୍ଲାରେ ପହଞ୍ଚିସାରିଛି । ବିହାରରୁ ଏକ 40 ଜଣିଆ ଟିମ୍ ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବାକୁ ଆନନ୍ଦପୁର ସବଡିଭିଜନରେ ପହଞ୍ଚିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details