ଓଡିଶା

odisha

ETV Bharat / briefs

ଜୟଦେବରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକରେ 'ଫନି' କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍ । ଟିମ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

By

Published : May 13, 2019, 8:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' କ୍ଷୟକ୍ଷତିର ଆକଳନ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକରେ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି 11 ଜଣିଆ ଟିମ୍ ଓଡିଶା ଆସିଥିଲେ । ଟିମ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଦିନରେ ଗୋଟିଏ ଟିମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର, କୁରୁଞ୍ଜିପୁର ପଞ୍ଚାୟତର ସୋଦୁଅ, ଓଡ଼ଖଣ୍ଡ କଲେଜ, ବାଗଲପୁର ଆଦି ଅଞ୍ଚଳ ବୁଲି ଦେଖିଥିଲେ । ଏଥିସହିତ ବାତ୍ୟା ବିପନ୍ନଙ୍କ ସହ ରିଲିଫ ବଣ୍ଟନ, କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା କରିଥିଲେ ।

ତେବେ ଏହି ଟିମ ମୁଖ୍ୟତଃ ବାତ୍ୟାରେ ପ୍ରଭାବିତ ହୋଇଥିବା କୃଷି, ପାନୀୟ ଜଳ, ଉଦ୍ୟାନ କୃଷିର ଆକଳନ କରିବା ସହିତ ଘରଭଙ୍ଗା, ପାନ ବରଜ ଚାଷ, କୁକୁଡ଼ା ଚାଷ ଓ ଶିକ୍ଷାନୁଷ୍ଠାନ କ୍ଷୟକ୍ଷତିର ଆକଳନ କରିଛନ୍ତି । ତିନି ଦିନିଆ ଗସ୍ତରେ ଥିବା ଏହି ଟିମ ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details