ଜଗତସିଂହପୁର: ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ଓଡିଶାରେ 6 ଲୋକସଭା ଏବଂ 41 ବିଧାନସଭା ଆସନ ପାଇଁ ଭୋଟ ପଡୁଛି । ତେବେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର ଭୋଟ ଦେଇ ଦେଶ ତଥା ରାଜ୍ୟର ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଭୋଟର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ମତଦାତାଙ୍କ ପ୍ରତିକ୍ରିୟା ନେବାକୁ ‘ଇଟିଭି ଭାରତ’ ପ୍ରତିନିଧି ଭୋଟରଙ୍କୁ ଭେଟିଥିଲେ ।
ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବାରୁ ସାମାନ୍ୟ ଭୟ ଏବଂ ଉତ୍ସାହିତ ଥିବା ଜଣେ ଯୁବ ଭୋଟର କହିଛନ୍ତି । ଯିଏ ଆମ ଅଞ୍ଚଳର ଭଲ ମନ୍ଦ ଏବଂ ସୁଖ ଦୁଃଖରେ ଛଡା ହେବ ଆମେ ସେଭଳି ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବୁ ବୋଲି ଜଣେ 72 ବର୍ଷୀୟ ଭୋଟର ନିଜ ମତ ରଖିଛନ୍ତି । ସେହିପରି ଆଗାମୀ ଦିନରେ ଜିଲ୍ଲାର ସମୂହ ଉନ୍ନତି ଏବଂ ବିକାଶର ସୂତ୍ରଧାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ପ୍ରାର୍ଥୀକୁ ଚୟନ କରିବୁ ବୋଲି ଜଣେ ଯୁବ ମହିଳା ଭୋଟର କହିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ