ମୟୂରଭଞ୍ଜ: ବାତ୍ୟା 'ଫନି' ମାଡରେ ଛାରଖାର ହୋଇ ପଡିଛି ଓଡିଶା । ତେବେ ପୁଣି ଓଡିଶାର ଅଣ୍ଟା ସଳଖିବା ପାଇଁ ବିଭିନ୍ନ ମହଲରୁ ସହାୟତାର ହାତ ବଢେଇଛନ୍ତି ବିଭିନ୍ନ ଶିଳ୍ପପତି, ମନ୍ତ୍ରୀ ଠାରୁ ଆରମ୍ଭ କରି ସାଧାରଣ ଲୋକେ । ତେବେ ବାରିପଦା ଓକିଲ ସଂଘ ବି ନିଜ ସ୍ତରରେ ବାତ୍ୟା ବିପନ୍ନ ବାସିନ୍ଦାକୁ ସାହାଯ୍ୟ ନିମନ୍ତେ ଏକ ପଦକ୍ଷେପ ନେଇଛି ।
ଖବରମୁତାବକ, ବାରିପଦା ଓକିଲ ସଂଘର କର୍ମକର୍ତ୍ତାମାନେ ପୁରୀର ବାତ୍ୟା ପୀଡିତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଭଳି ଅତି ଆବଶ୍ୟକୀୟ ସାମଗ୍ରୀ ଗୁଡିକୁ ନେଇ ପୁରୀରେ ବାଣ୍ଟିବାକୁ ବାହାରିଛନ୍ତି । ଏଥିସହ ପାନୀୟଜଳ ମଧ୍ୟ ପଠେଇବାର ବ୍ୟବସ୍ଥା ହୋଇଛି ।