ଓଡିଶା

odisha

ETV Bharat / briefs

ସ୍ମାର୍ଟ ସିଟିରେ ଫ୍ଲାଇଂ ସ୍କ୍ବାଡର ଅତର୍କିତ ଚଢାଉ

ବୁଧବାର ରାତିଅଧିଆ 5ଟି ସ୍ଥାନରେ ଚଢାଉ କରିଛି ଫ୍ଲାଇଂ ସ୍କ୍ବାଡ। ନିର୍ବାଚନ ସମୟ ଥିବାରୁ ଟଙ୍କା କାରବାର ନେଇ ଫ୍ଲାଇଂ ସ୍କ୍ବାଡ ତରଫରୁ ଗାଡି ଗୁଡିକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା।

By

Published : Apr 18, 2019, 3:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ରାଜଧାନୀରେ ବୁଧବାର ରାତି ଅଧିଆ 5ଟି ସ୍ଥାନରେ ଚଢାଉ କରିଛି ଫ୍ଲାଇଂ ସ୍କ୍ବାଡ । ନିର୍ବାଚନ ସମୟ ଥିବାରୁ ଟଙ୍କା କାରବାର ନେଇ ଫ୍ଲାଇଂ ସ୍କ୍ବାଡ ତରଫରୁ ଗାଡି ଗୁଡିକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ରାଜଧାନୀରେ ବେଆଇନ ଟଙ୍କା କାରବାର ନେଇ ପୋଲିସକୁ ସନ୍ଦେହ ହୋଇଥିଲା। ଯେଉଁ କାରଣରୁ ଗତ ୨ ଦିନ ହେବ ରାଜଧାନୀର ପ୍ରାୟ ୬ ଟି ସ୍ଥାନରେ ଦିନରାତି ବିଭିନ୍ନ ଗାଡ଼ିକୁ ପୋଲିସ ଓ ଫ୍ଲାଇଂ ସ୍କ୍ବାଡ ଯାଞ୍ଚ କରୁଥିବା ନଜରକୁ ଆସିଥିଲା।

ଫ୍ଲାଇଂ ସ୍କ୍ବାଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଖାରବେଳ ନଗର, କଟକ ରୋଡ଼, ନୟାପଲ୍ଲୀ, ପାୱାର ହାଉସ ଛକ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍କ୍ବାଡ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଉଛି। ଆବଶ୍ୟକ ପଡିଲେ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଚଢାଉ କରାଯିବ । ପ୍ରତି ୩ ଘଣ୍ଟାରେ ଥରେ ବିଭିନ୍ନ ସ୍ଥାନରେ ୬ଟି ଟିମ୍ ରହି ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଛନ୍ତି । ଯାଞ୍ଚସ୍ଥଳରେ ଜଣେ ଫ୍ଲାଇଂ ସ୍କ୍ବାଡର ଅଧିକାରୀଙ୍କ ସମେତ ୫ ଜଣ କର୍ମଚାରୀ ରହୁଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details