ଓଡିଶା

odisha

ETV Bharat / briefs

ତେଲ ମିଲରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ତେଲ ମିଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଦାମ ଘରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ 4ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା ।

By

Published : Jun 29, 2019, 11:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସହରର ତେଲ ମିଲରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଗୋଦାମ ଘରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ 4ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା । ମାତ୍ର ନିଆଁର ପ୍ରକୋପ ଅଧିକ ଥିବାରୁ ଏହାକୁ ଆୟତ୍ତ କରିବାକୁ 3 ଘଣ୍ଟା ସମୟ ଲାଗିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାନୁଯାୟୀ, ନାଗେନପାଳି ମାର୍କଫେଡ ଅଫିସ ଭିତରେ ଥିବା ବ୍ରାନ ଓଏଲ ପ୍ରୋସେସିଙ୍ଗ ପ୍ଲାଣ୍ଟର 16 ନମ୍ବର ଗୋଦାମରେ ନିଆଁ ଲାଗିଯିବାରୁ ସେଠାରେ ସ୍ଥଗିତ ଥିବା ହଜାର ହଜାର ଖାଲି ବସ୍ତାରେ ନିଆଁ ଲାଗି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପରେ ଗୋଦାମ ଘରର ଉପର ଆଜବେଷ୍ଟସର ଛାତ ଭାଙ୍ଗି ପଡ଼ିଥିବାବେଳେ ଏହାକୁ ଆୟତ୍ତ କରିବାକୁ ସନ୍ଧ୍ୟା 5 ଟାରୁ ରାତି ୯ଟା ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details