ଓଡିଶା

odisha

ETV Bharat / briefs

ଫନି ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

ଭୟଙ୍କର ହେଉଛି ସାମୁଦ୍ରିକ ଝଡ 'ଫନି' । ମୁକାବିଲା ପାଇଁ ଚାଲିଛି ତୁହାକୁ ତୁହା ବୈଠକ । ଫନିକୁ ନେଇ ସାରା ରାଜ୍ୟରେ ଆରମ୍ଭ ହୋଇଛି ଆଶା ଆଶଙ୍କା ।

By

Published : Apr 30, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫନି’ ପାଇଁ ଏବେ ସାରା ରାଜ୍ୟରେ ଆଶା ଆଶଙ୍କା ପ୍ରକାଶ ପାଇଥିବାବେଳେ ‘ଫନି’ ର ମୁକାବିଲା କରିବା ପାଇଁ ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି । ଫନି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କଲା ପରେ ଏବେ ରାଜ୍ୟ ପ୍ରଶାସନ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସତର୍କ କରିଛି । ବାତ୍ୟାପରର କ୍ଷୟକ୍ଷତି ଓ ସମ୍ଭାବ୍ୟ ପୁନଃ ନିର୍ମାଣ ପାଇଁ ରାଜ୍ୟ ଅଗ୍ନିଶମ ବାହିନୀକୁ ଆର୍ଲଟରେ ରଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ସମସ୍ତ ଉପକୂଳ ଜିଲ୍ଲାରେ ଥିବା ଅଗ୍ନିଶମ କେନ୍ଦ୍ର ଗୁଡିକରେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ । ଏହାସହ ସମସ୍ତ କେନ୍ଦ୍ରକୁ ଯାଇ ଜଣେ ଉଚ୍ଚ ଅଧିକାରୀ ସମସ୍ତ ପ୍ରସ୍ତୁତିର ତଦାରଖ କରୁଥିବା କହିଛନ୍ତି ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ଆହୁରି କହିଛନ୍ତି ଯେ ଅଗ୍ନିଶମ ବିଭାଗର ଉପକୂଳରେ ବର୍ତ୍ତମାନ ଦୁଇ ହଜାର କର୍ମଚାରୀ ଥିବାବେଳେ ଆବଶ୍ୟକତା ପୂରଣ ପାଇଁ ରାଜ୍ୟର ଅନ୍ୟ ଅଞ୍ଚଳରୁ ଫାୟାର ଅଧିକାରୀଙ୍କୁ ଅଣାଯାଉଥିବା କହିଛନ୍ତି । ପ୍ରତି ‘ଟିମ୍’ ରେ 6ଜଣ କର୍ମଚାରୀ ରହିବା ସହ ସେମାନଙ୍କ ପାଖରେ ପାୱାର ବୋଟ୍, ପାୱାର ସୋ, ଲାଇଟ, କଟ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଥିବା କହିଛନ୍ତି ସୁକାନ୍ତ ସେଠୀ ।


ଯେ କୌଣସି ପରିସ୍ଥିତର ମୁକାବିଲା ପାଇଁ ଫାୟାର ବ୍ରିଗେଡିୟର ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details